Advertisment

ଆକାଶରୁ ଖସିଲା ନିଆଁ ପିଣ୍ଡୁଳା! ମାଆ ଆଗରେ ଟଳିପଡ଼ିଲା ଝିଅ

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେଲା। ସେହି ବିଲରେ ଟଳି ପଡ଼ିଲେ ଜଣେ ୧୫ ବର୍ଷୀୟା ନାବାଳିକା। ମୃତ ନାବାଳିକାଙ୍କ ମାଆଙ୍କ ସମେତ ତିନି ମହିଳା ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ଘଟଣା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅଞ୍ଚଳରେ ଘଟିଛି। ମହୁଲପାଲି ଥାନା ଭିଖାପାଲି ଗାଁରେ ଜଣଙ୍କ ଜମିରେ ତଳି ଉପୁଡା ରୁଆ କାମ କରିବାକୁ ଯାଇଥିଲେ ୧୫ ମର୍ଷୀୟା ମମତା ମୁଣ୍ଡା, ତାଙ୍କ ମାଆ ଜୟନ୍ତି ମୁଣ୍ଡା, […]

author-image
Manoranjan Sial
ଅଦ୍ୟତନ ହୋଇଛି
ଘାସ ବାଛୁଥିବାବେଳେ ମାରିଲା ବିଜୁଳି; ଜଣେ ମୃତ, ଜଣେ ଗୁରୁତର

lightning

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେଲା। ସେହି ବିଲରେ ଟଳି ପଡ଼ିଲେ ଜଣେ ୧୫ ବର୍ଷୀୟା ନାବାଳିକା। ମୃତ ନାବାଳିକାଙ୍କ ମାଆଙ୍କ ସମେତ ତିନି ମହିଳା ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ଘଟଣା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅଞ୍ଚଳରେ ଘଟିଛି।

Advertisment

ମହୁଲପାଲି ଥାନା ଭିଖାପାଲି ଗାଁରେ ଜଣଙ୍କ ଜମିରେ ତଳି ଉପୁଡା ରୁଆ କାମ କରିବାକୁ ଯାଇଥିଲେ ୧୫ ମର୍ଷୀୟା ମମତା ମୁଣ୍ଡା, ତାଙ୍କ ମାଆ ଜୟନ୍ତି ମୁଣ୍ଡା, ନିଦ୍ରାବତୀ ମୁଣ୍ଡା ଓ ଉମାକାନ୍ତି ମୁଣ୍ଡା। ସେମାନେ କାମ କରୁଥିବା ବେଳେ ବୁଧବାର ଅପରାହ୍ନ ପ୍ରାୟ ଦେଢ଼ଟା ବେଳେ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ବର୍ଷି ଯାଇଥିଲା।

ବର୍ଷା ଧୀରେ ଧୀରେ ହେଉଥିବାରୁ ସମସ୍ତେ ଭିଜି କାମ କରୁଥିଲେ। ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ମମତାଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମାଆ ଓ ଅନ୍ୟ ଦୁଇ ମହିଳା ଚେତା ହରାଇ ଚାଷ ଜମିରେ ପଡ଼ି ଯାଇଥିଲେ। ପଡୋଶୀ ଜମିରେ କାମ କରୁଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରି କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

Advertisment