୨୦୦୯ରୁ ଚାକିରୀ। ୧୪ ବର୍ଷ ହେଲାଣି। ସରକାରୀ ହସ୍ପିଟାଲରେ ୧୨ଘଣ୍ଟା ଡ୍ୟୁଟି କରୁଛନ୍ତି। ଦରମା ଜାଣିଲେ ଆପଣଙ୍କ ଚେତା ହଜିଯିବ। ମାସକୁ ପାଉଛନ୍ତି ମାତ୍ର ୭ ହଜାର ଟଙ୍କା। ଘରଭଡା ନେଇ ରହୁଛନ୍ତି, ପିଲାଙ୍କୁ ପାଠ ବି ପଢାଉଛନ୍ତି। ଥରେ ଭାବନ୍ତୁ ତ ମହଙ୍ଗା ବଜାରରେ କେମିତି ଚଳୁଥିବେ ଏହି ମହିଳା। ଯେଉଁଠି ନିୟମିତ ସରକାରୀ କର୍ମଚାରୀ ବାବୁ ଆଡା ଦେଖାନ୍ତି ସେତେବେଳେ ଏମାନେ କ୍ରୀତଦାସ ଭଳି ଖଟନ୍ତି। ଟିକେ ଏପଟ ସେପଟ ହେଲେ ଚାକିରୀରୁ ବିଦା କରିବା ଧମକ ବି ମିଳୁଛି ।