ମାଲକାନଗିରି (ଜିତେନ୍ଦ୍ର ବେଉରା): ଚୋରା ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି ଦେଢ଼ ଶହ କଇଁଛ। ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ ଏହି ୧୫୦ କଇଁଛଙ୍କୁ ଉଦ୍ଧାର କରାଯାଇଛି। ଏହା ସହିତ ୨ଟି ବାଇକ୍ ମଧ୍ୟ ଜବତ କରିଛି ବନ ବିଭାଗ।
କାଲିମେଳା ଅଞ୍ଚଳର କିଛି ଲୋକ ଆନ୍ଧ୍ର ପ୍ରଦେଶରୁ କଇଁଛ ଆଣି ମାଲକାନଗିରି ଜିଲ୍ଲାରେ ଚୋରାରେ ବିକ୍ରି କରୁଥିବା ନେଇ ଅଭିଯୋଗ ମିଳିଥିଲା। ଏହା ପରେ ବନ କର୍ମଚାରୀମାନେ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମ୍ପିଭି-୬୫ ଗାଁରେ ଚଢ଼ାଉ କରିଥିଲେ। ବନ କର୍ମଚାରୀଙ୍କୁ ଦେଖି ୨ ଜଣ କଇଁଛ ବ୍ୟବସାୟୀ ଜଙ୍ଗଲ ଭିତରକୁ ପଳାଇଥିଲେ। ତେବେ ଘଟଣାସ୍ଥଳରୁ ବନ କର୍ମଚାରୀମାନେ କଇଁଛ ସହ ୨ଟି ବାଇକ୍ ଜବତ କରିଥିଲେ।
ଏହି ଘଟଣା ସଂପର୍କରେ କାଲିମେଳା ରେଞ୍ଜରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହାତୀ ଦାନ୍ତ ମାଫିଆଙ୍କୁ ଧରିବାକୁ ଯାଇଥିଲେ ବନ କର୍ମଚାରୀ, ଫୁଟିଲା ଗୁଳି
ହାତୀ ଦାନ୍ତ ଡିଲ୍ରେ ସାମିଲ ମାଫିଆଙ୍କୁ ଧରିବାକୁ ବନ କର୍ମଚାରୀ ଯାଇଥିବା ବେଳେ ଅତର୍କିତ ଭାବେ ଫୁଟିଲା ଗୁଳି। ଏହି ଆକ୍ରମଣରେ ବନ ବିଭାଗ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।
Events & Festivals
ଆଜି ପବିତ୍ର ଧନୁ ସଂକ୍ରାନ୍ତି, ମହାପ୍ରଭୁଙ୍କଠାରେ ଲାଗିହେଲା ପହିଲି ଭୋଗ
ଆଜି ପବିତ୍ର ଧନୁ ସଂକ୍ରାନ୍ତ। ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ଆରମ୍ଭ ହୋଇଛି।
Accident
ରାସ୍ତାକଡ଼କୁ ଓଲଟିଲା ବସ୍, ୧୦ ଆହତ
ରାତି ଅଧରେ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।
Crime
ST-SC ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବଢ଼ୁଛି ବିଷ୍ଣୁପଦଙ୍କ ଅଡ଼ୁଆ
ରାଜ୍ୟ ଉଦ୍ୟୋଗକୁ ନଦେଇ କେନ୍ଦ୍ରୀୟ ଉଦ୍ୟୋଗଗୁଡିକୁ ହାଇସ୍କୁଲ କାମ ବାଣ୍ଟିଥିଲେ ବିଷ୍ଣୁପଦ। କେବଳ ବିଦ୍ୟୁତ କ୍ଷେତ୍ରରେ କାମ କରୁଥିବା ଉଦ୍ୟୋଗକୁ ବି ସ୍କୁଲ ଅପଗ୍ରେଡେସନ କାମ ଦେଇଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ।
Miscellaneous
IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର
୪୦୯ ନଂ ରାଙ୍କରେ ଥିବା ସନ୍ତୋଷ କୁମାର ପାତ୍ରଙ୍କୁ ଓଡ଼ିଶା କ୍ୟାଡର। ୩୬ ନଂ ରାଙ୍କରେ ଥିବା ଆୟୁଷୀ ପ୍ରଧାନଙ୍କୁ ଆସାମ-ମେଘାଳୟ କ୍ୟାଡର। ୫୪ ନଂ ରାଙ୍କରେ ଥିବା ହରିୟାଣାର କଶିସ୍ ବକ୍ସିଙ୍କୁ ଓଡ଼ିଶା କ୍ୟାଡର। ୬୮ ନଂ ରାଙ୍କରେ ଥିବା କେରଳର କସ୍ତୁରୀ ସା'ଙ୍କୁ ଓଡ଼ିଶା କ୍ୟାଡର।