Advertisment

ଡି ବ୍ରଦର୍ସଙ୍କ ଘର ଇଣ୍ଟରିୟର ଡିଜାଇନ ଭିତରେ ଥିଲା ୧୬ ବନ୍ଧୁକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧଳ ସାମନ୍ତ ବ୍ରଦର୍ସ ୨୦୧୬ ମସିହାରେ ଗିରଫ ପୂର୍ବରୁ ନିଜ ଘରେ ଇଣ୍ଟରିୟର ଡିଜାଇନ କରି ଲୁଚାଇ ରଖିଲେ ବନ୍ଧୁକ ଓ ଗୁଳି। ଦୀର୍ଘ ୪ ବର୍ଷ ପରେ ଏହାର ସୁରାକ ପାଇଛି କମିଶନରେଟ୍‌ ପୁଲିସ। ଗତକାଲି ଡି ବ୍ରଦର୍ସଙ୍କ ସିଡିଏ ସ୍ଥିତ ଘରେ ପୁଲିସ ଚଢ଼ଉ କରି ୧୬ଟି ଚୋରା ବନ୍ଧୁକ ଓ ୧୦୯୫ ଗୁଳି ଜୀବନ୍ତ ଗୁଳି ଜବତ କରିଛି। ଏହାର ଅଧିକ ଖୋଳତାଡ଼ କରିବା ପାଇଁ ଡି ବ୍ରଦର୍ସଙ୍କୁ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଡି ବ୍ରଦର୍ସଙ୍କ ଘର ଇଣ୍ଟରିୟର ଡିଜାଇନ ଭିତରେ ଥିଲା ୧୬ ବନ୍ଧୁକ

cuttack

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧଳ ସାମନ୍ତ ବ୍ରଦର୍ସ ୨୦୧୬ ମସିହାରେ ଗିରଫ ପୂର୍ବରୁ ନିଜ ଘରେ ଇଣ୍ଟରିୟର ଡିଜାଇନ କରି ଲୁଚାଇ ରଖିଲେ ବନ୍ଧୁକ ଓ ଗୁଳି। ଦୀର୍ଘ ୪ ବର୍ଷ ପରେ ଏହାର ସୁରାକ ପାଇଛି କମିଶନରେଟ୍‌ ପୁଲିସ। ଗତକାଲି ଡି ବ୍ରଦର୍ସଙ୍କ ସିଡିଏ ସ୍ଥିତ ଘରେ ପୁଲିସ ଚଢ଼ଉ କରି ୧୬ଟି ଚୋରା ବନ୍ଧୁକ ଓ ୧୦୯୫ ଗୁଳି ଜୀବନ୍ତ ଗୁଳି ଜବତ କରିଛି। ଏହାର ଅଧିକ ଖୋଳତାଡ଼ କରିବା ପାଇଁ ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍‌ ପୁଲିସ। ଏନେଇ ସୂଚନା ଦେଇଛନ୍ତି କଟକ-ଭୁବନେଶ୍ୱର ପୁଲିସ କମିଶନର ଡକ୍ଟର ସାଧାଂଶୁ ଷଡଙ୍ଗୀ।

Advertisment

ପୁଲିସ କମିଶନରଙ୍କ କହିବା ଅନୁସାରେ, ୨୦୧୬ ମସିହାରେ ଧଳ ସାମନ୍ତ ବ୍ରଦର୍ସ ଗିରଫ ହୋଇଥିଲେ। ତାଙ୍କ ସହ ପ୍ରକାଶ ବେହେରା ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଥିଲେ। ପରେ ସେ ବେଲ୍‌ରେ ଆସିଥିଲେ। ବେଲ୍‌ରେ ଆସିବା ପରେ ସେ ବନ୍ଧୁକ ବେପାର କରୁଥିଲେ। ଏ ସମ୍ପର୍କରେ ଜାଣିପାରି ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ପତି ତାଙ୍କୁ ଗିରଫ କରିଥିଲା। ଏପରିକି ପୁଲିସ ତା’ଠାରୁ ୨ଟି ବନ୍ଧୁକ ଜବତ କରିଥିଲା। ତାଙ୍କୁ ଜେରା ବେଳେ ସରୋଜ ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ନାଁ ଧରିଥିଲା। ଯାହାକୁ ସେ ବନ୍ଧୁକ ଯୋଗାଣ କରୁଥିଲା।”

ସେ ଆହୁରି କହିଛନ୍ତି-“ଗିରଫ ପ୍ରକାଶ ବେହେରାଙ୍କ ତଥ୍ୟ ଆଧାରରେ କମିଶନରେଟ୍‌ ପୁଲିସ ସରୋଜ ସେଠୀଙ୍କୁ ଗିରଫ କରିଥିଲା।  ତାକୁ ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା। ପୂର୍ବରୁ ସେ ଡି ବ୍ରଦର୍ସଙ୍କୁ ବହୁ ବନ୍ଧୁକ ଦେଇଥିବା ସ୍ୱୀକାର କରିଥିଲା। ଏହା ପରେ ଗତକାଲି ଡି ବ୍ରଦର୍ସଙ୍କ ସିଡିଏ ସ୍ଥିତ ଘରେ ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ବେଳେ ୧୬ଟି ଚୋରା ବନ୍ଧୁକ, ୧୦୯୫ ଗୁଳି ଜୀବନ୍ତ ଗୁଳି, ମୋବାଇଲ୍‌ ବନ୍ଧୁକ ଜବତ କରିଥିଲା। ଘର ଭିତରେ ଇଣ୍ଟରିୟର ଡିଜାଇନ କରି ଏହି ସବୁ ମାରଣାସ୍ତ୍ର ଗୁଡ଼ିକୁ ଲୁଚାଇ ରଖାଯାଇଥିଲା। ବନ୍ଧୁକ ଗୁଡ଼ିକ ବିହାରର ମୁଙ୍ଗେରରୁ ଚୋରା ଆସୁଥିବା ଜଣାପଡ଼ିଛି। ୨୦୧୬ରେ ଗିରଫ ପୂର୍ବରୁ ଡି ବ୍ରଦର୍ସ ଏହି ସବୁ ସାମଗ୍ରୀ ଲୁଚାଇ ରଖିଥିଲା। ଏହି ଘଟଣାର ଅଧିକ ଖୋଳତାଢ଼ କରିବା ପାଇଁ ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍‌ ପୁଲିସ।”

Advertisment

ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ୪ଟି ବାଇକ୍‌ ଜବତ କରିଛି।