Advertisment

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା, ୨ ଶିଶୁଙ୍କ ସମେତ ୧୬ ଯାତ୍ରୀ ଆହତ

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କତଡ଼ା ନିକଟରେ ଏକ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୬ ଜଣବସଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ଆହତଙ୍କ ମଧ୍ୟରେ ବସ୍‌ର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ସହିତ ୨ ଜଣ ଶିଶୁ ଥିବା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ‘ଗରୁଡ଼’ ନାମକ ଏକ ଘରୋଇ ବସ୍‌ ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଯାଉଥିବାବେଳେ […]

ଅଦ୍ୟତନ ହୋଇଛି
ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା, ୨ ଶିଶୁଙ୍କ ସମେତ ୧୬ ଯାତ୍ରୀ ଆହତ

accident

Advertisment

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କତଡ଼ା ନିକଟରେ ଏକ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୬ ଜଣବସଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ଆହତଙ୍କ ମଧ୍ୟରେ ବସ୍‌ର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ସହିତ ୨ ଜଣ ଶିଶୁ ଥିବା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Advertisment

‘ଗରୁଡ଼’ ନାମକ ଏକ ଘରୋଇ ବସ୍‌ ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା। ବସରେ ପ୍ରାୟ ୩୫  ଜଣ ଯାତ୍ରୀ ଥିଲେ। ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। ଜରପଡ଼ା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଚିକିତ୍ସା ନିମନ୍ତେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା।

ପୁଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ତଦନ୍ତ ଚଳାଇଛି। ପ୍ରଶାସନିକ ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଭେଟିବା ସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe