Advertisment

‘ଡିସେମ୍ବର ସୁଦ୍ଧା ନିଯୁକ୍ତି ପାଇବେ ୧୬ହଜାର ଶିକ୍ଷକ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ବର ମାସ ଭିତରେ ୧୬ହଜାର ଶିକ୍ଷକଙ୍କୁ ନିଯୁକ୍ତି ମିଳିବ। ରାଜ୍ୟରେ ଶିକ୍ଷକଙ୍କ ଅଭାବକୁ ନେଇ ଝଡ଼ ଉଠିଥିବା ବେଳେ ଏବେ ଏହାର ଜବାବ ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ୟୁନେସ୍କୋ ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୋଟ୍ ୬୮ହଜାର ୭୧୭ଟି ସରକାରୀ ସ୍କୁଲ୍ ରହିଛି। ସେଗୁଡ଼ିକରେ ଆହୁରି ୨୮ ହଜାର ୮୧୬ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ତେବେ ଉଦବେଗର ବିଷୟ ହେଲା ଗ୍ରାମାଞ୍ଚଳ ସ୍କୁଲଗୁଡ଼ିକରେ ୬୭ ପ୍ରତିଶତ ଶିକ୍ଷକ […]

କାଲି ଗଞ୍ଜାମ ଓ ପୁରୀ ଜିଲ୍ଲାରେ ସବୁ ସ୍କୁଲ୍ ଛୁଟି

school

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ବର ମାସ ଭିତରେ ୧୬ହଜାର ଶିକ୍ଷକଙ୍କୁ ନିଯୁକ୍ତି ମିଳିବ। ରାଜ୍ୟରେ ଶିକ୍ଷକଙ୍କ ଅଭାବକୁ ନେଇ ଝଡ଼ ଉଠିଥିବା ବେଳେ ଏବେ ଏହାର ଜବାବ ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ୟୁନେସ୍କୋ ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୋଟ୍ ୬୮ହଜାର ୭୧୭ଟି ସରକାରୀ ସ୍କୁଲ୍ ରହିଛି। ସେଗୁଡ଼ିକରେ ଆହୁରି ୨୮ ହଜାର ୮୧୬ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ତେବେ ଉଦବେଗର ବିଷୟ ହେଲା ଗ୍ରାମାଞ୍ଚଳ ସ୍କୁଲଗୁଡ଼ିକରେ ୬୭ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଛି। ତେବେ ଏସବୁ ପଦବୀ କେବେ ପୂରଣ ହେବ, ତା’ର ଜବାବ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

Advertisment

ମନ୍ତ୍ରୀ କହିଛନ୍ତି, ସାରା ଭାରତ ବର୍ଷରେ ଯେଉଁଠି ପ୍ରତି ୩୦ ଜଣ ପିଲାରେ ଜଣେ ଶିକ୍ଷକ ରହିଛନ୍ତି, ସେହିଠାରେ ଆମ ରାଜ୍ୟରେ ପ୍ରତି ୨୨ଜଣ ପିଲାରେ ଜଣେ ଶିକ୍ଷକ ଅଛନ୍ତି। ଏହା ସତ୍ତ୍ୱେ ରାଜ୍ୟ ସରକାର ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୧୬ହଜାର ଶିକ୍ଷକ ପଦବୀ ନିଯୁକ୍ତି ଦେବା ପାଇଁ ଯାଉଛନ୍ତି। ତେଣୁ ଶିକ୍ଷକ ଅଭାବ କଥା ଅଳ୍ପ ଦିନ ଭିତରେ ଦୂର ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସେପଟେ ପିଲାମାନଙ୍କୁ ଅତ୍ୟାଧୁନିକ ଶିକ୍ଷା ଦେବା ପାଇଁ ରାଜ୍ୟ ସରକାର ଆଣିଥିଲେ 5T ଟ୍ରାନ୍ସଫର୍ମେସନ୍। ଏହି ଯୋଜନାରେ ପିଲାମାନଙ୍କୁ ଅତ୍ୟାଧୁନିକ ଶୈକ୍ଷିକ ବାତାବରଣ ଦେବା ଲାଗି ସ୍ମାର୍ଟ ସ୍କୁଲ୍ କରାଯାଇଥିଲା। କିନ୍ତୁ ଏହା ଏବେ ପ୍ରହସନ ପାଲଟିଛି। ସ୍ମାର୍ଟ ସ୍କୁଲର ସ୍ଥିତି ଏବେ ନକହିଲେ ଭଲ। ଶିକ୍ଷକ ଅଭାବରୁ ଏବେ ବାଟ ହୁଡୁଛି ସ୍ମାର୍ଟ ସ୍କୁଲ। ଖାଲି ସ୍ମାର୍ଟ ସ୍କୁଲ୍ ଯୋଜନା ନୁହେଁ ବରଂ ରାଜ୍ୟର ପ୍ରାୟ ସବୁ ସ୍କୁଲରେ ସମାନ ଅବସ୍ଥା ଦେଖିବାକୁ ମିଳିଛି।

Advertisment

ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ସ୍ମାର୍ଟ ସ୍କୁଲରେ ଆକର୍ଷଣୀୟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ, ଖେଳପଡିଆ ସହ ସ୍ୱଚ୍ଛ ପରିବେଶ ଭିତରେ ସ୍କୁଲ୍ ଚାଲିଛି। ହେଲେ ଦୁର୍ଭାଗ୍ୟର ବିଷୟ ହେଲା ସ୍ମାର୍ଟ ସ୍କୁଲରେ ନାହାଁନ୍ତି ଆବଶ୍ୟକ ଶିକ୍ଷକ। ସେହିପରି ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ସରକାରୀ ଲାଲ ବାହାଦୁର ସ୍ମାର୍ଟ ସ୍କୁଲରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି।

ରାଜ୍ୟ ସରକାର ପଛୁଆ ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି ସ୍ମାର୍ଟ ସ୍କୁଲ୍ ଯୋଜନା କଲେ। ମାତ୍ର ଶିକ୍ଷକ ଅଭାବରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଯାଇଛନ୍ତି। ସେହିପରି ରାୟଗଡାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ 5T ଟ୍ରାନ୍ସଫର୍ମେସନ୍ ଯୋଜନାରେ ସ୍ମାର୍ଟ ସ୍କୁଲରେ ପରିଣତ କରାଯିବ। ହେଲେ ସ୍ମାର୍ଟ ସ୍କୁଲକୁ ନେଇ ଯେତିକି ଉତ୍ସାହ ନାହିଁ। ପିଲା କି ଶିକ୍ଷକଙ୍କ ମନରେ ଶିକ୍ଷକ ଅଭାବ ମନକୁ ଆନ୍ଦୋଳିତ କରୁଛି। ଶିକ୍ଷକ ପଦବୀ ପୂରଣ ନହେଲେ ସ୍ମାର୍ଟ ସ୍କୁଲ୍ ଯୋଜନା ଯେ ଫେଲ୍ ହେବ ସେ ଆଶଙ୍କା ବି ଦେଖାଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe