Advertisment

ବାର ଦୁଆରେ ହାତ ପତାଉଛନ୍ତି ୧୬ ବର୍ଷୀୟ ନାବାଳକ

୫ ବର୍ଷ ତଳେ ବାପା ଆର ପାରିକି ଚାଲି ଯିବା ପରେ ଏବେ ମା’ ବି ବାଛି ନେଲା ସମାନ ରାସ୍ତା। ନିଜେ ଅଣ୍ଟା ସଳଖି ଛିଡ଼ା ହୋଇ ନ ଥିବା ବେଳେ ମା’ଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ନାବାଳକଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ। ମନର କୋହକୁ ଚାପି ରଖି ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ଏବେ ବାର ଦୁଆରେ ହାତ ପତାଉଛନ୍ତି ୧୬ ବର୍ଷୀୟ ନାବାଳକ

author-image
Manoj Swain

୫ ବର୍ଷ ତଳେ ବାପା ଆର ପାରିକି ଚାଲି ଯିବା ପରେ ଏବେ ମା’ ବି ବାଛି ନେଲା ସମାନ ରାସ୍ତା। ନିଜେ ଅଣ୍ଟା ସଳଖି ଛିଡ଼ା ହୋଇ ନ ଥିବା ବେଳେ ମା’ଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ନାବାଳକଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ। ମନର କୋହକୁ ଚାପି ରଖି ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ଏବେ ବାର ଦୁଆରେ ହାତ ପତାଉଛନ୍ତି ୧୬ ବର୍ଷୀୟ ନାବାଳକ। ଖୁବ୍‌ କମ୍‌ ବୟସରୁ ଦୁଃଖର ପାହାଡ଼ ଲଦି ହୋଇ ପଡ଼ିଥିଲେ ବି ପାଠ ପଢ଼ାକୁ ପର କରି ପାରି ନାହିଁ ଏହି ନାବାଳକ ଜଣକ। ପାଠପଢ଼ା ସାଙ୍ଗରେ ଏକ ଗ୍ୟାରେଜରେ କାମ କରି ପରିବାର ମୁହଁରେ ଦାନା ଦେବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବା ଏହି ନାବାଳକଜଣକ ହେଲେ ଦେବାଶିଷ ଗିରି। ତାଙ୍କ ଘର ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ବଜାରଶୋଳ ଗ୍ରାମରେ।

Advertisment
Odisha Odisha Poverty