୫ ଦିନ ପରେ ପୁଣି ୨ ହଜାର ତଳକୁ ଖସିଲା କରୋନା ପଜିଟିଭ୍ ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୫ ଦିନ ବ୍ୟବଧାନରେ ପୁଣି ଥରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୨ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୬୯୩ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୫୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୧୧୬କୁ ବୃଦ୍ଧି ପାଇଛି।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୩୩୫ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୨୩୦, ଯାଜପୁରରୁ ୧୧୩, ଜଗତସିଂହପୁରରୁ ୧୧୨, ଅନୁଗୋଳରୁ ୮୯, ବାଲେଶ୍ୱରରୁ ୮୩, ଭଦ୍ରକରୁ ୭୭, ମୟୂରଭଞ୍ଜରୁ ୭୭, ନୟାଗଡ଼ରୁ ୭୩ ଓ ପୁରୀ ଜିଲ୍ଲାରୁ ୬୭ ଜଣ ଅଛନ୍ତି।

ସେହିପରି ବରଗଡ଼ ଜିଲ୍ଲାରୁ ୧୭ ଜଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ୫, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୫୪, ଗଜପତିରୁ ୫, ଗଞ୍ଜାମରୁ ୧୧, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୫, କେନ୍ଦ୍ରାପଡ଼ାରୁ ୫୦, କେନ୍ଦୁଝରରୁ ୨୧, କୋରାପୁଟରୁ ୬, ମାଲକାନଗିରିରୁ ୩୫, ନବରଙ୍ଗପୁରରୁ ୧୨, ନୂଆପଡ଼ାରୁ ୭, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୨୪, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୩୩ ଓ ଷ୍ଟେଟ୍‌ ପୁଲ୍‌ରୁ ୪୪ ଜଣ ଚିହ୍ନଟ ହୋଇଛନ୍ତି।

୧୬୪୮ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୫ ହଜାର ୯୭୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୩୦ ହଜାର ୪୧୮ ଜଣ ସୁସ୍ଥ ହୋଇସାରିଛନ୍ତି। ୨୦ ହଜାର ୩୮୭ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ଯେଉଁ ୫୮ ଜଣ କରୋନା ମୃତକଙ୍କ ସଂପର୍କରେ ସରକାର ତଥ୍ୟ ପ୍ରଦାନ କରିଛନ୍ତି, ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ ଅଛନ୍ତି। ବରଗଡ଼ ଜିଲ୍ଲାରୁ ୭ ଜଣ ଥିବା ବେଳେ ଗଞ୍ଜାମରୁ ୫, ବଲାଙ୍ଗିରରୁ ୪, ବାଲେଶ୍ୱର, କଟକ, ପୁରୀ ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ଅନୁଗୋଳ, ଭଦ୍ରକ ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୬କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୨୦୦, ବାଲେଶ୍ୱରରେ ୧୫୯, ବରଗଡ଼ରେ ୨୪୮, ଭଦ୍ରକରେ ୬୦, ବଲାଙ୍ଗିରରେ ୯୨, ବୌଦ୍ଧରେ ୯୭, କଟକରେ ୩୧୪, ଢେଙ୍କାନାଳରେ ୧୦୨, ଗଞ୍ଜାମରେ ୪୨୧, ଯାଜପୁରରେ ୫୯, ଝାରସୁଗୁଡ଼ାରେ ୧୩୭, କେନ୍ଦ୍ରାପଡ଼ାରେ ୧୧୧, ମୟୂରଭଞ୍ଜରେ ୧୮୫, ପୁରୀରେ ୩୦୭ ଓ ସମ୍ବଲପୁରରେ ୧୫୩କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଜୁଲାଇ ୧୭ରେ ରାଜ୍ୟରୁ ୨୨୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୬ରେ ୨୧୮୨, ୧୫ରେ ୨୦୭୦, ୧୪ରେ ୨୧୧୦ ଓ ୧୩ରେ ୨୦୭୪ ଜଣ ଚିହ୍ନଟ ହୋଇଥିଲେ। ତା’ପୂର୍ବରୁ ଦୁଇ ଦିନ ଧରି ଏହି ସଂଖ୍ୟା ୨ ହଜାରରୁ କମ୍ ରହିଥିଲା। ଜୁଲାଇ ୧୨ରେ ୧୯୩୦ ଜଣ ଓ ଜୁଲାଇ ୧୧ରେ ୧୯୯୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆଉ ଗତ ୨୪ ଘଣ୍ଟାରେ ଅର୍ଥାତ୍ ଜୁଲାଇ ୧୮ରେ ରାଜ୍ୟରେ ଏହି ସଂଖ୍ୟା ପୁଣି ୨ ହଜାର ତଳେ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।