Advertisment

୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଲା, ଝାରସୁଗୁଡ଼ାରେ ସର୍ବାଧିକ ୪୫.୪

ଭୁବନେଶ୍ୱର: ମଙ୍ଗଳବାର ୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା। ଗତକାଲି (ବୁଧବାର) ୧୨ଟି ସହରରେ ତାପମାତ୍ରା ୪୦ ଉପରକୁ ଛୁଇଁଥିଲା। ଆଉ ଗୁରୁବାର ବି ସେହି ଧାରା ଅବ୍ୟାହତ ରହିଥିଲା। ଆଜି ୧୬ଟି ସହରରେ ତାପାମାତ୍ରା ୪୦ ଡିଗ୍ରୀ ଉପରକୁ ଉଠିଛି। ଗତ ଦୁଇ ଦିନ ଧରି ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ରହିଥିବା ବେଳେ ଆଜି ଝାରସୁଗୁଡ଼ାରେ ସବୁଠୁ ଅଧିକ ଖରା ଅନୁଭୁତ ହୋଇଛି। ଝାରସୁଗୁଡ଼ା ସହରରେ ୪୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ଯାହା […]

author-image
Rakesh Mallick
ଅଦ୍ୟତନ ହୋଇଛି
୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଲା, ଝାରସୁଗୁଡ଼ାରେ ସର୍ବାଧିକ ୪୫.୪

khara

ଭୁବନେଶ୍ୱର: ମଙ୍ଗଳବାର ୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା। ଗତକାଲି (ବୁଧବାର) ୧୨ଟି ସହରରେ ତାପମାତ୍ରା ୪୦ ଉପରକୁ ଛୁଇଁଥିଲା। ଆଉ ଗୁରୁବାର ବି ସେହି ଧାରା ଅବ୍ୟାହତ ରହିଥିଲା। ଆଜି ୧୬ଟି ସହରରେ ତାପାମାତ୍ରା ୪୦ ଡିଗ୍ରୀ ଉପରକୁ ଉଠିଛି। ଗତ ଦୁଇ ଦିନ ଧରି ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ରହିଥିବା ବେଳେ ଆଜି ଝାରସୁଗୁଡ଼ାରେ ସବୁଠୁ ଅଧିକ ଖରା ଅନୁଭୁତ ହୋଇଛି। ଝାରସୁଗୁଡ଼ା ସହରରେ ୪୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ଯାହା କି ଚଳିତ ବର୍ଷ ସାରା ରାଜ୍ୟରେ ସବୁଠୁ ଅଧିକ। ଝାରସୁଗୁଡ଼ା ତଳକୁ ସମ୍ବଲପୁର, ହୀରାକୁଦ ଭବାନୀପାଟଣାରେ ଅଧିକ ତାପମାତ୍ରା ରହିଥିଲା। ଏହି ତିନି ସହରରେ ତାପମାତ୍ରା ୪୪.୫ ଡିଗ୍ରୀ ରହିଥିଲା। ସେହିପରି ବଲାଙ୍ଗୀରରେ ତାପମାତ୍ରା ୪୪.୨ ଡିଗ୍ରୀ ରହିଥିବା ବେଳେ, ଫୁଲବାଣୀରେ ୪୦.୬, ଢେଙ୍କାନଳରେ ୪୧.୨, ଭୁବନେଶ୍ୱରରେ ୪୧, ଚାନ୍ଦବାଲିରେ ୪୦.୨,ବାରିପଦାରେ ୪୦, ତାଳଚେରରେ୪୨.୬, ମାଲକାନଗିରିରେ ୪୦.୨ ଓ ସୋନପୁର ୪୩.୫ ଡିଗ୍ରୀ ରହିଥିଲା।

Advertisment

ସେହିପରି କୋରାପୁଟରେ ୩୮.୪ ଡିଗ୍ରୀ, କଟକରେ ୩୯.୦, ବାଲେଶ୍ୱରରେ ୩୭.୪, ଗୋପାଳପୁରରେ ୩୩.୯, ପୁରୀରେ ୩୪,୩, କେନ୍ଦୁଝରରେ ୩୯.୮ ଓ ଦାରିଙ୍ଗବାଡିରେ ୩୭.୫ ଡିଗ୍ରୀ ତାପମାତ୍ରା ରହିଥିଲା।

khara1

ରାଜ୍ୟରେ ଏହିଭଳି ତାପମାତ୍ରା ମେ’୨୯ ତାରିଖ ପର୍ଯ୍ୟନ୍ତ ଅବ୍ୟାହତ ରହିବ ବୋଲି ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ମେ‘ ୩୦ ପୂର୍ବରୁ ଏ ଖରାରୁ ନିସ୍ତାର ନାହିଁ। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୨ ରୁ ୪୪ ଡିଗ୍ରୀ ମଧ୍ୟରେ ରହିବ। ପୂର୍ବ-ମଧ୍ୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ଯୋଗୁ ଉତ୍ତର–ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଓ ଗରମ ପବନ ଓଡ଼ିଶା ଦେଇ ସମୁଦ୍ର ଭିତରକୁ ଯାଉଛି। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଅନୁଭୁତ ହେଉଛି।

Advertisment

ପ୍ରବଳ ଖରା ଯୋଗୁ ରାଜ୍ୟରେ ଏଯାବତ ୧୦ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଖରାକୁ ଦେଖି ଆଜି ଏସିଆରସିଙ୍କ ପକ୍ଷରୁ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖା ଯାଇଛି। ଅଂଶୁଘାତ ପ୍ରତି ଦୃଷ୍ଟି ରଖିବାକୁ ଜିଲ୍ଲାପାଳମାନଙ୍କୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ଓ ପାଇପଗୁଡ଼ିକର ମରାମତି କରିବାକୁ ବି କୁହାଯାଇଛି। ଅଂଶୁଘାତ ନେଇ ଦୈନିକ ରିପୋର୍ଟ ଦେବାକୁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି।