Advertisment

ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ଜୀବନ ନେଲାଣି କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୦ରେ ପହଞ୍ଚି ଯାଇଛି। ମୋଟ ୧୭ଟି ଜିଲ୍ଲାରୁ ଆସିଛି ଏହି ରିପୋର୍ଟ। ୧୩୦ ମୃତକଙ୍କ ମଧ୍ୟରୁ ସବୁଠୁ ଅଧିକ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ। ଏଠାରେ ଏଯାବତ୍‌ ୭୩ ଜଣଙ୍କ ମୃତ୍ୟୁ ହୋଇସାରିଛି। ସେହିଭଳି ଏହା ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ୧୫ ଜଣଙ୍କର ମୃତ୍ୟୁ ହୋଇସାରିଲେଣି। କଟକରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ […]

ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ଜୀବନ ନେଲାଣି କରୋନା

odisha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୦ରେ ପହଞ୍ଚି ଯାଇଛି। ମୋଟ ୧୭ଟି ଜିଲ୍ଲାରୁ ଆସିଛି ଏହି ରିପୋର୍ଟ।

Advertisment

୧୩୦ ମୃତକଙ୍କ ମଧ୍ୟରୁ ସବୁଠୁ ଅଧିକ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ। ଏଠାରେ ଏଯାବତ୍‌ ୭୩ ଜଣଙ୍କ ମୃତ୍ୟୁ ହୋଇସାରିଛି। ସେହିଭଳି ଏହା ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ୧୫ ଜଣଙ୍କର ମୃତ୍ୟୁ ହୋଇସାରିଲେଣି। କଟକରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତିରେ ୮, ସୁନ୍ଦରଗଡ଼ ଓ ରାୟଗଡ଼ାରେ ୪ ଜଣ ଲେଖାଏଁ ପ୍ରାଣ ହରାଇ ସାରିଲେଣି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଅନୁଗୋଳ ଜିଲ୍ଲାର ୨ ଜଣ ଲେଖାଏଁ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।ବରଗଡ଼, ଝାରସୁଗୁଡ଼ା,  କନ୍ଧମାଳ, ନୟାଗଡ଼ ଓ ଯାଜପୁର ଆଦି ଜିଲ୍ଣ ଲେଖାଏ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।

ଏମାନଙ୍କ ବାଦ୍‌ ଆହୁରି ୩୩ କରୋନା ରୋଗୀଙ୍କ ମଧ୍ୟ ମୃତ୍ୟୁ ଘଟିଛି। ତେବେ କରୋନା ନୁହେଁ, ଅନ୍ୟାନ୍ୟ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

Advertisment
Corona Death In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe