ym
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶାରୁ ମୁମ୍ବାଇ ଚାଲାଣ ହେଉଥିବା ୧୭ ଜଣ ଯୁବତୀଙ୍କୁ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରାଯାଇଛି। ଯୁବତୀ ଚାଲାଣ ଖବର ପାଇ ଆନ୍ଧ୍ର ରେଳବାଇ ପୁଲିସ ସେମାନଙ୍କୁ ରାଜମହେନ୍ଦ୍ରୀ ଷ୍ଟେସନରେ ଅଟକାଇଥିଲା। ଏହାପରେ ଆନ୍ଧ୍ର ମହିଳା କମିଶନ ଏନେଇ ଓଡ଼ିଶା ମହିଳା କମିଶନଙ୍କୁ ଅବଗତ କରାଇଥିଲେ। ଉଦ୍ଧାର ୧୭ ଜଣ ଯୁବତୀଙ୍କୁ ଆନ୍ଧ୍ର ପୁଲିସର ଏକ ଟିମ୍ ଭୁବନେଶ୍ୱର ମହିଳା କମିଶନଙ୍କ କାର୍ଯ୍ୟାଳୟରେ ପହଞ୍ଚାଇଥିଲା।
ପଚରା ଉଚରାରୁ ଜଣାପଡିଛି ଯେ, ଉଦ୍ଧାର ଯୁବତୀମାନେ କେନ୍ଦୁଝର ଓ ଗଜପତି ଅଞ୍ଚଳର। ଏମାନେ ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରିବାକୁ ଯାଉଥିଲେ।
ସେମାନଙ୍କୁ ଓଡ଼ିଶାରୁ ମୁମ୍ବାଇ ଚାଲାଣ କରୁଥିବା ଯୁବତୀମାନଙ୍କୁ ମଧ୍ୟ ଧରିଛି ପୋଲିସ। ଉଦ୍ଧାର ଯୁବତୀମାନଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି। ପରିବାର ଲୋକ ଆସିବା ଯାଏ ଉଦ୍ଧାର ଯୁବତୀଙ୍କୁ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ରଖାଯିବ। ତେବେ ଚାଲାଣ କରୁଥିବା ବ୍ୟକ୍ତି ପ୍ରତି ଯୁବତୀଙ୍କ ପିଛା ଦିନକୁ ୧୦ ଟଙ୍କା କମିଶନ ପାଉଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/04/ym.jpg)