ଭୁବନେଶ୍ୱରରୁ ୧୭ ପଜିଟିଭ୍‌ ଚିହ୍ନଟ; ୧୦ ଲୋକାଲ୍ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରରେ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଯାଇଛି। ୧୭ରୁ ୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୦ଟି ଲୋକାଲ କଣ୍ଟାକ୍ଟ କେସ୍‌ । ସେମାନଙ୍କ ବ୍ୟତୀତ ୨ ଜଣ କୋଭିଡ଼ ଯୋଦ୍ଧା ଅଛନ୍ତି।

୧୦ ଲୋକାଲଙ୍କ ମଧ୍ୟରୁ ଡୁମୁଡୁମା ରଘୁନାଥନଗର ବସ୍ତିରୁ ଜଣେ ପୁରୁଷ, ଜଣେ ମହିଳା ଥିବା ବେଳେ ପଟିଆ ଜଗନ୍ନାଥ ମନ୍ଦିର ନିକଟରୁ ଜଣେ ୬୩ ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ବିଜେବି ନଗର ପାଣି ଟାଙ୍କି ବସ୍ତିରୁ ଜଣେ ୨୩ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଯାଇଥିବା ବେଳେ ଅନ୍ଧାରୁଆ ଦାସପୁରରୁ ଜଣେ, ଶତାବ୍ଦୀ ନଗର ଲେନ୍-୧ରୁ ଜଣେ ଲେଖାଏଁ ମହିଳା ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରେ ୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।