Advertisment

ରାକ୍ଷୀ ପାଉଣା ଦେବା ପାଇଁ ମାଆକୁ ମାଗିଲେ ୫୦ ଟଙ୍କା! ନଦେବାରୁ ଝୁଲିପଡ଼ିଲେ

କୋଇଡ଼ା (ସୁନୀଲ ପଣ୍ଡା) : ଦୁଇ ସାନ ଭଉଣୀଙ୍କୁ ରାକ୍ଷୀ ପାଉଣା ଦେବା ପାଇଁ ମାଆଙ୍କୁ ୫୦ ଟଙ୍କା ମାଗିଥିଲା ଭାଇ! ହେଲେ ପାଖରେ ଟଙ୍କା ନଥିବାରୁ ମନା କରିଥିଲେ ମାଆ। ଏଥିରେ ଭାଙ୍ଗି ପଡ଼ି ଭାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବେକରେ ଧୋତି ଲଗାଇ ୧୭ ବର୍ଷୀୟ ନାବାଳକ ଆତ୍ମହତ୍ୟା କରିଛି। ରକ୍ଷାବନ୍ଧ ଅବସରେ ଏପରି ହୃଦୟବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଞ୍ଚଳରେ ଘଟିଛି। ଗୁରୁବାର ଥିଲା ରକ୍ଷା ବନ୍ଧନ। ବଲଢ଼ି […]

ଅଦ୍ୟତନ ହୋଇଛି
ରାକ୍ଷୀ ପାଉଣା ଦେବା ପାଇଁ ମାଆକୁ ମାଗିଲେ ୫୦ ଟଙ୍କା! ନଦେବାରୁ ଝୁଲିପଡ଼ିଲେ

rakhi purnima

Advertisment

କୋଇଡ଼ା (ସୁନୀଲ ପଣ୍ଡା) : ଦୁଇ ସାନ ଭଉଣୀଙ୍କୁ ରାକ୍ଷୀ ପାଉଣା ଦେବା ପାଇଁ ମାଆଙ୍କୁ ୫୦ ଟଙ୍କା ମାଗିଥିଲା ଭାଇ! ହେଲେ ପାଖରେ ଟଙ୍କା ନଥିବାରୁ ମନା କରିଥିଲେ ମାଆ। ଏଥିରେ ଭାଙ୍ଗି ପଡ଼ି ଭାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବେକରେ ଧୋତି ଲଗାଇ ୧୭ ବର୍ଷୀୟ ନାବାଳକ ଆତ୍ମହତ୍ୟା କରିଛି। ରକ୍ଷାବନ୍ଧ ଅବସରେ ଏପରି ହୃଦୟବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଞ୍ଚଳରେ ଘଟିଛି।

Advertisment

ଗୁରୁବାର ଥିଲା ରକ୍ଷା ବନ୍ଧନ। ବଲଢ଼ି ଗାଁର ସଞ୍ଜୟ ନାଏକଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ତାଙ୍କର ଦୁଇ ସାନ ଭଉଣୀ। ରାକ୍ଷୀ ବାନ୍ଧି ସାରିବା ପରେ ଦୁଇ ଭଉଣୀ ଖେଳିବା ପାଇଁ ଯାଇଥିଲେ। ଘରେ ମାଆ ଓ ପୁଅ ଥିଲେ। ଦୁଇ ଭଉଣୀଙ୍କୁ ରାକ୍ଷୀ ପାଉଣା ଦେବା ପାଇଁ ସଞ୍ଜୟ ତାଙ୍କ ମାଆଙ୍କୁ ୫୦ ଟଙ୍କା ମାଗିଥିଲେ! ଗରିବୀ ଓ ଦାରିଦ୍ର୍ୟରେ ଘାଣ୍ଟି ହେଉଥିବା ମାଆ ଟଙ୍କା ଦେବାକୁ ଅସମର୍ଥ ହୋଇଥିଲେ। ଏହା ପରେ ସେ କୌଣସି କାମରେ ପଡ଼ୋଶୀଙ୍କ ଘରକୁ ଚାଲି ଯାଇଥିଲେ। ଏହାର ସୁଯୋଗ ନେଇ ସଞ୍ଜୟ ବେକରେ ଧୋତି ଗୋଡ଼ାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ପଡ଼ୋଶୀଙ୍କ ଘରୁ ଆସିଲା ବେଳକୁ ସଞ୍ଜୟକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ଏନେଇ ସାହି ପଡ଼ିଶା ଓ କୋଇଡା ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଭଉଣୀଙ୍କୁ ରାକ୍ଷୀ ପାଉଣା ଦେବା ପାଇଁ ମାଆ ଟଙ୍କା ନଦେବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe