ଟ୍ରେନ ଦୁର୍ଘଟଣା: ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ୧୧୧୬, ଚିକିତ୍ସା ପରେ ଘରକୁ ଫେରିଲେ ୧୭୨

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ବାଲେଶ୍ୱର ମେଡିକାଲ କଲେକରେ ସର୍ବାଧିକ ୨୭୦ଜଣ ଯାତ୍ରୀଙ୍କୁ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୮୮ଜଣଙ୍କୁ ପ୍ରାରମ୍ଭିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲା ।

Accident PhotoOR

ଦୁର୍ଘଟଣାଗ୍ରସ୍ତ ଟ୍ରେନ୍

Ordigital Desk
  • Published: Saturday, 03 June 2023
  • Updated: 03 June 2023, 07:34 PM IST

Sports

Latest News

ଗତକାଲି ବାଲେଶ୍ୱରର ବାହାନଗାଠାରେ ଓଡ଼ିଶା ଇତିହାସରେ ସବୁଠୁ ଭୟାବହ ଟ୍ରେନ ଦୁର୍ଘଟଣାରେ ମୋଟ ୨୬୧ଜଣଙ୍କ ମୃତ୍ୟୁ ଓ ୯୦୦ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ତଥ୍ୟ ଦେଇଥିବାବେଳେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସୂଚନା ଜାରି ହୋଇଛି । ଟ୍ରେନ ଦୁର୍ଘଟଣା ପରେ ରାଜ୍ୟର ୨୧ଟି ହସ୍ପିଟାଲରେ ମୋଟ ୧୧୧୬ଜଣ ଯାତ୍ରୀଙ୍କୁ ଭର୍ତ୍ତି କରାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ୩ଜଣଙ୍କର ହସ୍ପିଟାଲ ପହଂଚିବାବେଳେ ମୃତ୍ୟୁ ହୋଇଥିବାବେଳେ ସାମାନ୍ୟ ଚିକିତ୍ସା ପରେ ୧୭୨ଜଣଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଥିଲା । ବାକି ୯୪୧ଜଣ ଏବେବି ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ବାଲେଶ୍ୱର ମେଡିକାଲ କଲେକରେ ସର୍ବାଧିକ ୨୭୦ଜଣ ଯାତ୍ରୀଙ୍କୁ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୮୮ଜଣଙ୍କୁ ପ୍ରାରମ୍ଭିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲା । ବାକି ୬୫ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର(ରେଫର) କରାଯାଇଛି ଓ ୯୭ଜଣଙ୍କ ଚିକିତ୍ସା ଏବେ ଜାରି ରହିଛି ।

ସେହିପରି ସୋରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋଟ ୨୫୭ଜଣଙ୍କୁ ଭର୍ତ୍ତି କରାଯାଇଥିଲା ଓ ସେମାନଙ୍କ ମଧ୍ୟରୁ  ୧୪୪ଜଣ ଏବେ ସେଠାରେ ଚିକିତ୍ସିତ ହେଉଥିବାବେଳେ ୯୨ଜଣଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସେହିପରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୯୬ଜଣ ଯାତ୍ରୀ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ମୃତ୍ୟୁ ହୋଇଛି ଓ ୧୮୬ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଖଣ୍ଟାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୫ଜଣ ଯାତ୍ରୀଙ୍କୁ ଭର୍ତ୍ତି କରାଯାଇଛି ଓ ୫୧ଜଣଙ୍କ ପ୍ରାରମ୍ଭିକ ଚିକିତ୍ସା ଘରେ ଛାଡ଼ି ଦିଆଯାଇଥିବାବେଳେ ୩ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର ଓ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୋଟ ୬୯ଜଣ ଯାତ୍ରୀଙ୍କୁ ଭର୍ତ୍ତି କରାଯାଇଛି ଓ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୭ଜଣଙ୍କ ଚିକିତ୍ସା କରାଯାଇଛି । ୧୨ଜଣଙ୍କୁ ସାମାନ୍ୟ ଚିକିତ୍ସା ପରେ ଘରକୁ ଛଡ଼ାଯାଇଛି, ୧୫ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର(ରେଫର) ୩୫ଜଣ ଏବେ  ଚିକିତ୍ସାଧୀନ ରହିଛନ୍ତି । ସେହିପରି କଟକସ୍ଥିତ ଏସସିବି ମେଡିକାଲ କଲେଜରେ ୧୯୨ଜଣ ଯାତ୍ରୀଙ୍କୁ ଭର୍ତ୍ତି କରାଯାଇଥିବାବେଳେ ୬ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି । ବାକି ୧୮୬ଜଣଙ୍କ ଚିକିତ୍ସା ଏବେବି ଜାରି ରହିଛି ।

Also Read

ସେହିପରି ଭୁବନେଶ୍ୱରସ୍ଥିତ  କଳିଙ୍ଗ ହସ୍ପିଟାଲ, ଆପୋଲୋ ହସ୍ପିଟାଲ, ସମ୍ ଅଲଟିମେଟମ୍‌, ସମ୍ ହସପିଟାଲରେ ଜଣେ ଲେଖାଏଁ ଯାତ୍ରୀ ଚିକିତ୍ସିତ ହେଉଥିବାବେଳେ ଆମ୍ରିରେ ୩ଜଣ, କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ୨ଜଣ ଯାତ୍ରୀ ଚିକିତ୍ସିତ ହେଉଛନ୍ତି । ବାଲେଶ୍ୱରର ନିଗମ ହସ୍ପିଟାଲରେ ୪ଜଣ,ଲକ୍ଷ୍ମୀକାନ୍ତ ହେଲଥ୍ କେୟାରରେ ଜଣେ, ମାତାରିଣୀ ନର୍ସିିଂହୋମରେ ଜଣେ,ଶ୍ରୀରାମ ହସ୍ପିଟାଲରେ ଜଣେ ଲେଖାଏଁ ଯାତ୍ରୀ ଚିକିତ୍ସିତ ହେଉଛନ୍ତି । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୫ଜଣ ଚିକିତ୍ସିତ ହେଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story