Advertisment

୧୮ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦେଲେ NEET ପରୀକ୍ଷା

ଆସନ୍ତାକାଲିଠୁ ଆରମ୍ଭ ହେଉଛି ଓଜେଇଇ। ୮ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ।

author-image
Manoranjan Sial
NEET

NEET

ଆଜି ଅନୁଷ୍ଠିତ ହୋଇଛି ମେଡିକାଲରେ ନାମଲେଖା ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା NEET। ଅପରାହ୍ନ ୨ଟାରୁ ସଂଧ୍ୟା ୫ଟା ୨୦ ମିନିଟ ଯାଏଁ ଚାଲିଥିଲା ଏହି ପରୀକ୍ଷା। ଚଳିତ ବର୍ଷ ୧୮ ଲକ୍ଷ ୭୨ ହଜାର ୩୪୧ ପରୀକ୍ଷାର୍ଥୀ ଏହି ପରୀକ୍ଷା ଲାଗି ନାମ ପଞ୍ଜିକରଣ କରିଥିଲେ। ଓଡ଼ିଶାର ୨୭ଟି ସହରରେ ଅନୁଷ୍ଠିତ ହୋଇଛି ପରୀକ୍ଷା। ଭୁବନେଶ୍ୱରରେ ୩୧ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ସେହିପରି ଦେଶର ୪୯୯ ସହର ଓ ବିଦେଶର ୧୪ଟି ସହରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Advertisment

ସେପଟେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ଓଜେଇଇ। ୮ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୯ରୁ ୧୧ ପ୍ରଥମ ସିଫ୍ଟ, ଦିନ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଫ୍ଟ ଓ ସାଢ଼େ ୪ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ତୃତୀୟ ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ଦିନ ଲାଟେରାଲ ଏଣ୍ଟ୍ରି, ଦ୍ୱିତୀୟ ଦିନ ଏମସିଏ ଓ ଏମଟେକ୍ ଏଣ୍ଟ୍ରାନ୍ସ ହେବାକୁ ଥିବା ବେଳେ ୧୧ ତାରିଖରେ MBA, ୧୨ ତାରିଖରେ ବି. ଫାର୍ମ ପରୀକ୍ଷା ହେବ ବୋଲି ସୂଚୀ ପ୍ରକାଶ ପାଇଛି।

Odisha NEET