Advertisment

ହାଇକୋର୍ଟରେ ପେଣ୍ଡିଂ ପଡ଼ିଛି ୧,୮୭,୦୨୮ କେସ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇକୋର୍ଟ ହେଉ କି ଜିଲ୍ଲା କୋର୍ଟ, ଫଇସଲା ନହୋଇ ପଡ଼ି ରହିଛି ହଜାର ହଜାର ମାମଲା। ଗତ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲ୍ଲା କୋର୍ଟ ଗୁଡ଼ିକରେ ୧୭ ଲକ୍ଷ ୬୮ ହଜାର ୭୦୪ଟି ମାମଲା ଫଇସଲା ନହୋଇ ପଡ଼ିରହିଛି। ସେହିପରି ହାଇକୋର୍ଟରେ ପେଣ୍ଡିଂ ଅଛି ୧ ଲକ୍ଷ ୮୭ ହଜାର ୨୮ଟି କେସ୍। କୋଭିଡ୍ ସମୟରେ କେତେ ମାମଲା ବିଚାର ନହୋଇ ପଡ଼ିରହିଛି ଏବଂ କଣ ପଦକ୍ଷେପ ନିଆଯାଉଛି, ସେନେଇ ବିଜେଡି ବିଧାୟକ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ରାଜ୍ୟ ସରକାରଙ୍କ ସତ୍ୟପାଠ; ‘ପୁରୀରେ କେ. ରମେଶଙ୍କର ହୋଇ ନ ଥିଲା ହାଜତ ମୃତ୍ୟୁ’

Orissa High Court

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇକୋର୍ଟ ହେଉ କି ଜିଲ୍ଲା କୋର୍ଟ, ଫଇସଲା ନହୋଇ ପଡ଼ି ରହିଛି ହଜାର ହଜାର ମାମଲା। ଗତ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲ୍ଲା କୋର୍ଟ ଗୁଡ଼ିକରେ ୧୭ ଲକ୍ଷ ୬୮ ହଜାର ୭୦୪ଟି ମାମଲା ଫଇସଲା ନହୋଇ ପଡ଼ିରହିଛି। ସେହିପରି ହାଇକୋର୍ଟରେ ପେଣ୍ଡିଂ ଅଛି ୧ ଲକ୍ଷ ୮୭ ହଜାର ୨୮ଟି କେସ୍।

Advertisment

କୋଭିଡ୍ ସମୟରେ କେତେ ମାମଲା ବିଚାର ନହୋଇ ପଡ଼ିରହିଛି ଏବଂ କଣ ପଦକ୍ଷେପ ନିଆଯାଉଛି, ସେନେଇ ବିଜେଡି ବିଧାୟକ ଅନନ୍ତ ଦାସଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା। ବକେୟା ମାମଲା ଗୁଡ଼ିକର ଆଶୁ ଫଇସଲା ପାଇଁ ଉଚ୍ଚନ୍ୟାୟାଳୟଙ୍କ ଏରିୟର୍ କମିଟି ଏବଂ ମିଶନ ମୋଡ୍ କମିଟି ଗଠନ କରାଯାଇଛି।

ବିଚାରାଧିନ ମାମଲା ଗୁଡ଼ିକର ଶୀଘ୍ର ଫଇସଲା କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଆଇନମନ୍ତ୍ରୀ। ତାସହ ହାଇକୋର୍ଟ ଜିଲ୍ଲା ଜଜ୍ ମାନଙ୍କୁ ପଡ଼ିରହିଥିବା ମାମଲା ଗୁଡ଼ିକର ତୁରନ୍ତ ଫଇସଲା ପାଇଁ ନିୟମିତ ବ୍ୟବଧାନରେ ନିର୍ଦ୍ଦେଶ ଦେଇଥିବା ଆଇନମନ୍ତ୍ରୀ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି।

Advertisment