Advertisment

ରାଜ୍ୟରେ ୧୯ ହଜାର ୨୧୪ ଦୁଷ୍କର୍ମ ମାମଲା ପଡ଼ିରହିଛି, କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବେଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିବର୍ଷ ରାଜ୍ୟରେ ବଢିବାରେ ଲାଗିଛି ଦୁଷ୍କର୍ମ ମାମଲା ସଂଖ୍ୟା। ନାବାଳିକା ବି ହେଉଛନ୍ତି ଯୌନ ନିର୍ଯାତନାର ଶିକାର।ହେଲେ ସେହି ଅନୁପାତରେ ହୋଇପାରୁନି ମାମଲାର ଫୈସଲା। ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜ୍ଜୁ। ରାଜ୍ୟରେ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା କରି ଏଭଳି କେସ୍‌ ଗୁଡ଼ିକର ଶୀଘ୍ର ଫଇସଲା କରିବାକୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଯେଉଁଥିରେ ବିଭିନ୍ନ ରାଜ୍ୟରେ ଦୁଷ୍କର୍ମ ଓ ପକ୍ସୋ ମାମଲାଗୁଡ଼ିକର […]

ରାଜ୍ୟରେ ୧୯ ହଜାର ୨୧୪ ଦୁଷ୍କର୍ମ ମାମଲା ପଡ଼ିରହିଛି, କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବେଗ

case

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିବର୍ଷ ରାଜ୍ୟରେ ବଢିବାରେ ଲାଗିଛି ଦୁଷ୍କର୍ମ ମାମଲା ସଂଖ୍ୟା। ନାବାଳିକା ବି ହେଉଛନ୍ତି ଯୌନ ନିର୍ଯାତନାର ଶିକାର।ହେଲେ ସେହି ଅନୁପାତରେ ହୋଇପାରୁନି ମାମଲାର ଫୈସଲା। ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜ୍ଜୁ। ରାଜ୍ୟରେ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା କରି ଏଭଳି କେସ୍‌ ଗୁଡ଼ିକର ଶୀଘ୍ର ଫଇସଲା କରିବାକୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଯେଉଁଥିରେ ବିଭିନ୍ନ ରାଜ୍ୟରେ ଦୁଷ୍କର୍ମ ଓ ପକ୍ସୋ ମାମଲାଗୁଡ଼ିକର ସ୍ଥିତି ସଂପର୍କରେ ଦର୍ଶାଯାଇଛି। ଏହା ଅନୁଯାୟୀ ରାଜ୍ୟରେ ଗତ ଜୁଲାଇ ମାସରେ ଏଭଳି ୫୦୪ଟି ମାମଲା ପଂଜୀକୃତ ହୋଇଛି। ସେହି ମାସରେ ମୋଟ୍ ୪୮୭ କେସ୍‌ ସମାଧାନ ହୋଇଛି।

Advertisment

ଉଦବେଗର ବିଷୟ ହେଉଛି, ଜୁଲାଇ ମାସ ସୁଦ୍ଧା ରାଜ୍ୟରେ ଏଭଳି ମୋଟ୍ ୧୯ ହଜାର ୨୧୪ ମାମଲା ପେଣ୍ଡିଂ ରହିଛି। ତାଲିକାରେ ଷଷ୍ଠ ସ୍ଥାନରେ ରହିଛି ଓଡ଼ିଶା। ଏଭଳି ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ରାଜ୍ୟ ସରକାରଙ୍କ ସମନ୍ୱୟରେ ସ୍ପେଶାଲ୍ ଫାଷ୍ଟ ଟ୍ରାକ୍ କୋର୍ଟଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ଚିଠିରେ କୁହାଯାଇଛି। ଆବଶ୍ୟକ ସ୍ଥଳେ ନୂଆ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବା ପାଇଁ କୁହାଯାଇଛି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମାମଲାଗୁଡ଼ିକର ଯେପରି ଫୈସଲା ହୋଇପାରିବ ତାକୁ ମନିଟର୍ କରିବା ଲାଗି ବ୍ୟବସ୍ଥା କରିବାକୁ ଚିଠିରେ ଦର୍ଶାଯାଇଛି। ଏ ଦିଗରେ ସମସ୍ତ ପ୍ରକାର ସହଯୋଗ କେନ୍ଦ୍ର ଆଇନ ମନ୍ତ୍ରାଳୟ ଯୋଗାଇ ଦେବ ବୋଲି ରିଜିଜ୍ଜୁ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ଏବେ ମୋଟ୍ ୪୫ଟି ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ ରହିଛି।

ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଏଭଳି ମାମଲାଗୁଡ଼ିକର ସମାଧାନ ନିମନ୍ତେ ଅଧିକ ସଂଖ୍ୟକ ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବାକୁ ସରକାରଙ୍କ ପକ୍ଷରୁ ପ୍ରୟାଶ କରାଯାଉଛି।

Advertisment

ବିଧାନସଭାରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ୨୦୧୯ରୁ ୨୦୨୨ ଏପ୍ରିଲ୍ ଅର୍ଥାତ ସାଢ଼େ ୩ ବର୍ଷରେ ୧୦ ହଜାର ୧୨୯ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଯାହା ମଧ୍ୟରେ ୫ ହଜାର ୫୮୪ ଜଣ ନାବାଳିକା ଅଛନ୍ତି। ଦିନକୁ ଦିନ ସଂଖ୍ୟା ବଢୁଥିବା ବେଳେ ପ୍ରଶ୍ନ ଉଠୁଛି ରାଜ୍ୟରେ କେତେ ସୁରକ୍ଷିତ ମହିଳା? କାହିଁକି ପୀଡ଼ିତାମାନଙ୍କୁ ଶୀଘ୍ର ମିଳୁପାରିନି ନ୍ୟାୟ? କେନ୍ଦ୍ର ସବୁ ପ୍ରକାର ସହାୟତା ଯୋଗାଇ ଦେଉଥିଲେ ମଧ୍ୟ କାହିଁକି କାର୍ଯ୍ୟକ୍ଷମ ହୋଇପାରୁନି ଅଧିକ ସଂଖ୍ୟକ ଫାଷ୍ଟଟ୍ରାକ୍ କୋର୍ଟ? ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କେନ୍ଦ୍ରମନ୍ତ୍ରୀଙ୍କ ଏହି ଟିଠି ପରେ ଦେଖିବାର କଥା, ରାଜ୍ୟରେ ସରକାର କେତେ ତତ୍ପର ହେଉଛନ୍ତି ଓ ଦୁଷ୍କର୍ମ ପୀଡ଼ିତାମାନଙ୍କୁ କେତେ ଶୀଘ୍ର ନ୍ୟାୟ ମିଳିପାରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe