Advertisment

ଆସିକା ରେଞ୍ଜରେ ବଢ଼ିଲେ କୃଷ୍ଣସାର ମୃଗ

ହରିଣ ଗଣନା ପାଇଁ ୬୪ଟି ୟୁନିଟ୍‌ ଗଠନ କରାଯାଇଥିଲା। ଏଥିରେ ବନପାଳ, ବନରକ୍ଷୀ, ବନ ସୁରକ୍ଷା ସମିତି ଓ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଏନ୍‌ସିସି, ରେଡ୍‌କ୍ରସ୍‌, ଏନ୍‌ଏସ୍‌ଏସ୍‌ ଟିମ୍‌ର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Blackbuck

Blackbuck

ଆସିକା ରେଞ୍ଜରେ ୧୯୭୯ କୃଷ୍ଣସାର ମୃଗ ଅଛନ୍ତି। ସେଥିରେ ୩୩୧ଟି ଅଣ୍ଡିରା, ୧୩୬୬ ମାଇ ଓ ୨୮୨ଟି ଛୁଆ ହାରିଣ ରହିଛନ୍ତି। ସେହିପରି ପୋଲସରା ଓ ବୁଗୁଡା ରେଞ୍ଜରେ ମଧ୍ୟ ହରିଣ ସଂଖ୍ୟା ବଢ଼ିଛି। ପୋଲସରା ରେଞ୍ଜରେ ୮୩ଟି ଅଣ୍ଡିରା, ୨୯୭ ମାଇ ଓ ୬୫ଟି ଛୁଆ ହରିଣକୁ ମିଶାଇ ୪୪୫ଟି ଅଛନ୍ତି। ବୁଗୁଡ଼ା ରେଞ୍ଜରେ ୫୨୪ଟି ଅଣ୍ଡିରା, ୧୩୩୬ଟି ମାଇ, ୩୫୨ ଛୁଆଙ୍କୁ ମିଶାଇ ମୋଟ୍‌ ୨୨୧୨ଟି ହରିଣ ରହିଥିବା ରିପୋର୍ଟରେ କୁହାଯାଇଛି।

Advertisment

ହରିଣ ଗଣନା ପାଇଁ ୬୪ଟି ୟୁନିଟ୍‌ ଗଠନ କରାଯାଇଥିଲା। ଏଥିରେ ବନପାଳ, ବନରକ୍ଷୀ, ବନ ସୁରକ୍ଷା ସମିତି ଓ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଏନ୍‌ସିସି, ରେଡ୍‌କ୍ରସ୍‌, ଏନ୍‌ଏସ୍‌ଏସ୍‌ ଟିମ୍‌ର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ।

ଆସିକା ରେଞ୍ଜର ପ୍ରମୋଦ ପଣ୍ଡାଙ୍କ କହିବା ଅନୁସାରେ କୃଷ୍ଣସାର ମୃଗର ଗଣନା ପାଇଁ ଡିଭିଜନ ତରଫରୁ ୬୪ଟି ଟିମ୍‌ ଗଠନ କରାଯାଇଥିଲା। ଆସିକା ରେଞ୍ଜରେ ୨୬ଟି, ବୁଗୁଡ଼ା ରେଞ୍ଜରେ ୨୮ଟି ଓ ପୋଲସରା ରେଞ୍ଜ ପାଇଁ ୧୦ଟି ଟିମ୍‌ ଗଠନ କରାଯାଇଥିଲା। ଗଣନା ସକାଳ ୬ଟା ଦିନ ୧୧ଟା ପର୍ଯ୍ୟନ୍ତ ଚାଲିଥିଲା। ଆସିକା ରେଞ୍ଜିରେ କୃଷ୍ଣସାର ମୃଗର ଅଭିବୃଦ୍ଧି ଘଟିଛି। ଗତବର୍ଷ ଏହି ରେଞ୍ଜରେ ୧୭୭୩ଟି ଥିବା ବେଳେ ଏବର୍ଷ ୧୯୭୮ରେ ପହଞ୍ଚିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, କୃଷ୍ଣସାର ମୃଗରଙ୍କ ସୁରକ୍ଷା ପ୍ରତି ଏଥର ବିଶେଷ ଧ୍ୟାନ ଦିଆଯାଇଛି। ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ରାସ୍ତା ପାର୍ଶ୍ୱରେ ବ୍ୟାରିକେଡ୍‌ କରାଯାଇଛି। ପାଣି ଯୋଗାଇବା ପାଇଁ ପୁରୁଣା ପୋଖରୀ ଗୁଡ଼ିକୁ ପୁନରୁଦ୍ଧାର କରାଯାଇଛି। ଯାହାଦ୍ୱାରା କୃଷ୍ଣସାର ମୃଗରଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ରେଞ୍ଜର କହିଛନ୍ତି।

ରିପୋର୍ଟ- ଆସିକାରୁ ମନୋଜ ମୁନୀ

Ganjam Odisha Forest Dept