/odisha-reporter/media/post_attachments/uploads/2021/12/mlma.jpg)
sunil-kumar-vansal
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନୀଲ କୁମାର ବଂଶଲ ହେବେ ନୂଆ ପୁଲିସ ମହାନିର୍ଦ୍ଦେଶକ। ବନସଲ ଡିଜିପି ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଡିଜିପି ଅଭୟଙ୍କ ଠାରୁ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବେ। ଚଳିତ ମାସରେ ଡିଜିପି ଅଭୟ ଅବସର ନେବେ। ଡିସେମ୍ବର ୩୧ ତାରିଖରେ ସରୁଛି ଡିଜିପିଙ୍କ ଅଭୟଙ୍କ କାର୍ଯ୍ୟକାଳ।
୧୯୮୭ ବ୍ୟାଚର ବରିଷ୍ଠ IPS ସୁନୀଲ କୁମାର ବଂଶଲ ଏବେ ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ସେ ମୟୂରଭଞ୍ଜର ଏସ୍ପି ଥିଲେ। ବହୁ ଦିନ ପୂର୍ବରୁ ବଂଶଲ କେନ୍ଦ୍ରୀୟ ଡେପୁଟେସନକୁ ଯାଇଛନ୍ତି।
ଓଡ଼ିଶା ପୁଲିସ୍ ପକ୍ଷରୁ ଏ ନେଇ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ନୂଆ ଡିଜିପି ଭାବେ ବଂଶଲଙ୍କୁ ସ୍ୱାଗତ କରାଯିବା ସହ ତାଙ୍କ ନେତୃତ୍ୱରେ କାମ କରିବାକୁ ନେଇ ଓଡ଼ିଶା ପୁଲିସ୍ ଉତ୍ସାହିତ ଥିବା ଟ୍ୱିଟ କରାଯାଇଛି।
ଆସନ୍ତା ୩୧ ତାରିଖରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ନୂଆ ଡିଜିପି ତାହା ପୂର୍ବରୁ ଦାୟିତ୍ୱ ଗ୍ରହଣ କରିବେ ନା ପରେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନି। ଅପରପକ୍ଷେ, ଏନେଇ ନୂଆ ଡିଜିପି ସୁନୀଲ ବଂଶଲ କହିଛନ୍ତି, ଓଡ଼ିଶା ଫେରିଲେ ଖୁସି ହେବି । ଭଲ ଭାବେ ରାଜ୍ୟର ସେବା କରିବା ପାଇଁ ଚେଷ୍ଟା କରିବି । ଏଯାଏଁ ମୋତେ ବିଧିବଦ୍ଧ ଭାବେ କୌଣସି ନିର୍ଦ୍ଦେଶନାମା ମିଳିନି ।
ସୂଚନାଯୋଗ୍ୟ, ଗତ ୮ତାରିଖରେ ନୂଆଦିଲ୍ଲୀରେ ୟୁପିଏସସି ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିିଜିପି ମନୋୟନ କମିଟି ବୈଠକରେ ରାଜ୍ୟର ପୁଲିସ ଡିଜି ପଦବୀ ନିମନ୍ତେ ମୋଟ ୧୨ଜଣ ଯୋଗ୍ୟ ଆଇପିଏସଙ୍କ ନାମ ମଧ୍ୟରୁ ବରିଷ୍ଠତା ଓ ମେରିଟ୍ ଆଧାରରେ ୩ଜଣ ଆଇପିଏସଙ୍କ ନାଁ ସର୍ଟଲିଷ୍ଟ ହୋଇଥିଲା।
ଶୁକ୍ରବାର ଏହି ସର୍ଟଲିଷ୍ଟ ତାଲିକା ରାଜ୍ୟ ସରକାରଙ୍କୁ ମିଳିଥିଲା। ତାଲିକାରେ ୧୯୮୬ ବ୍ୟାଚର ପ୍ରଦୀପ କାପୁର, ୧୯୮୭ ବ୍ୟାଚର ସୁନୀଲ କୁମାର ବଂଶଲ ଓ ୧୯୮୮ ବ୍ୟାଚର ମନୋଜ କୁମାର ଛାବ୍ରାଙ୍କ ନାମ ସର୍ଟଲିଷ୍ଟ ହୋଇଥିବାବେଳେ ଏବେ କେବଳ ଶ୍ରୀ ଛାବ୍ରା ହିଁ ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି। ଶ୍ରୀ କାପୁର ଦୀର୍ଘ ୫ବର୍ଷରୁ ଅଧିକ ସମୟ ଧରି ଓ ଶ୍ରୀ ବଂଶଲ ୨୭ବର୍ଷରୁ ଊର୍ଦ୍ଧ୍ୱ ଅବଧି ଧରି କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
