ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ(ମଧୁସଦନ ମିଶ୍ର): ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥକାଠ। ନୟାଗଡ଼ ବନଖଣ୍ଡରୁ ଦୁଇଟି ରଥକାଠ ବୋଝେଇ ଟ୍ରକ୍ ପୁରୀରେ ଆସି ପହଞ୍ଚିଛି। ସମୁଦାୟ ୫୭ ଖଣ୍ଡ କାଠ ଆସିଛି। ଏଥିରୁ ୨୦ ଫୁଟିଆ ଧଉରା କାଠ ୪ଖଣ୍ଡ ଥିବା ବେଳେ ଅସନ କାଠ ୧୧ଖଣ୍ଡ ରହିଛି। ସେହିଭଳି ୧୨ ଫୁଟିଆ ଧଉରା କାଠ ୨୨ ଖଣ୍ଡ ଥିବା ବେଳେ ଆସନ କାଠ ୨୦ ଖଣ୍ଡ ରହିଛି। ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ […]

puri

Rakesh Mallick
  • Published: Tuesday, 05 February 2019
  • , Updated: 05 February 2019, 09:46 AM IST

ପୁରୀ(ମଧୁସଦନ ମିଶ୍ର): ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥକାଠ। ନୟାଗଡ଼ ବନଖଣ୍ଡରୁ ଦୁଇଟି ରଥକାଠ ବୋଝେଇ ଟ୍ରକ୍ ପୁରୀରେ ଆସି ପହଞ୍ଚିଛି। ସମୁଦାୟ ୫୭ ଖଣ୍ଡ କାଠ ଆସିଛି। ଏଥିରୁ ୨୦ ଫୁଟିଆ ଧଉରା କାଠ ୪ଖଣ୍ଡ ଥିବା ବେଳେ ଅସନ କାଠ ୧୧ଖଣ୍ଡ ରହିଛି।

ସେହିଭଳି ୧୨ ଫୁଟିଆ ଧଉରା କାଠ ୨୨ ଖଣ୍ଡ ଥିବା ବେଳେ ଆସନ କାଠ ୨୦ ଖଣ୍ଡ ରହିଛି। ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ୧୯୫ ଖଣ୍ଡ ପୂର୍ବରୁ ଷ୍ଟକ ରହିଥିବାରୁ ଆଗାମୀ ରଥଯାତ୍ରା ପାଇଁ ୬୭୦ ଖଣ୍ଡ ରଥକାଠ ଆବଶ୍ୟକ ରହିଛି।

Related story