/odisha-reporter/media/post_attachments/uploads/2022/01/accused.jpg)
accused
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ବାଘ ଛାଲ ବେପାରୀଙ୍କୁ ମିଳିଲା ଦଣ୍ଡ। କଲରାପତରିଆ ବାଘ ଛାଲ ବେପାର କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ ସହ ଦଣ୍ଡ ବିଧାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା SDJM କୋର୍ଟ। ଦୁଇ ଦୋଷୀଙ୍କୁ ୬ ମାସ ଯାଏ ସଶ୍ରମ କାରାଦଣ୍ଡ ସହ ଜୋରିମାନା ବି ଶୁଣାଇଛନ୍ତି କୋର୍ଟ। ଉଭୟ ଅଭିଯୁକ୍ତ ସୁଧୀର ବେହେରା ଓ ସୁବାସ ଚନ୍ଦ୍ର ବେହେରାଙ୍କ ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ।
ଗତ ବର୍ଷ ଏପ୍ରିଲ ୨ ତାରିଖରେ ଖୋର୍ଦ୍ଧା ବୋଲଗଡ଼ ନିକଟରେ ଏକ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ କରୁଥିଲେ। ଏହି ସମୟରେ ଏମାନେ ଏସଟିଏଫ୍ ହାତରେ ଧରାପଡ଼ିଥିଲେ। ବନ୍ୟପ୍ରାଣୀ ଚୋରା କାରବାର କ୍ଷେତ୍ରରେ ଏହା ଏସଟିଏଫର ପ୍ରଥମ ମାମଲା, ଯେଉଁଥିରେ ଦୋଷୀଙ୍କୁ ଦଣ୍ଡବିଧାନ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ୱାଇଲ୍ଡ ଲାଇଫ୍ (ପ୍ରୋଟେକ୍ସନ୍) ଆକ୍ଟ-୧୯୭୨ ଆଧାରରେ ଦଣ୍ଡିତ କରାଯାଇଛି।
ଜବତ ହୋଇଥିବା କଲରାପତରିଆ ବାଘ ଛାଲକୁ ବାୟୋଲୋଜିକାଲ୍ କେମିଚାଲ୍ ପରୀକ୍ଷଣ ପାଇଁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇପ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଇ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
