Advertisment

ଭାଇରାଲ ଅଡିଓ ମାମଲାରେ ୨ ଗିରଫ; ୨୫ ସାଙ୍ଗଙ୍କ ପାଖକୁ ଅଡିଓ ପଠାଇଥିବା ମାନିଲେ ବିଶ୍ୱଜିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ବାର୍ତ୍ତାଳାପ କରିଥିବା ୨ ଜଣଙ୍କୁ ଗିରଫ କଲା ପୁଲିସ୍‌।  ଗିରଫଦ୍ୱୟ  ହେଲେ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତି। କ୍ୟାପିଟାଲ୍‌ ହସ୍ପିଟାଲରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଉଭୟଙ୍କୁ ଗିରଫ କରିଛି ପୁଲିସ୍‌। ଲକ୍ଷ୍ଣୀକାନ୍ତ ବେହେରା ଅରଟେଲ୍ କମ୍ୟୁନିକେସନ  କର୍ମଚାରୀ  ହୋଇଥିବା ବେଳେ ବିଶ୍ୱଜିତ ହେଉଛନ୍ତି ତାଙ୍କ ବନ୍ଧୁ । କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା ସଂପର୍କରେ ଉଭୟଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହୋଇଥିଲା । […]

ଅଦ୍ୟତନ ହୋଇଛି
ଭାଇରାଲ ଅଡିଓ ମାମଲାରେ ୨ ଗିରଫ; ୨୫ ସାଙ୍ଗଙ୍କ ପାଖକୁ ଅଡିଓ ପଠାଇଥିବା ମାନିଲେ ବିଶ୍ୱଜିତ

bbsr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ବାର୍ତ୍ତାଳାପ କରିଥିବା ୨ ଜଣଙ୍କୁ ଗିରଫ କଲା ପୁଲିସ୍‌।  ଗିରଫଦ୍ୱୟ  ହେଲେ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତି। କ୍ୟାପିଟାଲ୍‌ ହସ୍ପିଟାଲରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଉଭୟଙ୍କୁ ଗିରଫ କରିଛି ପୁଲିସ୍‌।

Advertisment

ଲକ୍ଷ୍ଣୀକାନ୍ତ ବେହେରା ଅରଟେଲ୍ କମ୍ୟୁନିକେସନ  କର୍ମଚାରୀ  ହୋଇଥିବା ବେଳେ ବିଶ୍ୱଜିତ ହେଉଛନ୍ତି ତାଙ୍କ ବନ୍ଧୁ । କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା ସଂପର୍କରେ ଉଭୟଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହୋଇଥିଲା । ଗତକାଲି ଅପରାହ୍ନରେ ଦୁଇ ଜଣଙ୍କୁ କମିଶନରେଟ୍ ପୁଲିସ୍‌ ଉଠାଇ ନେଇ ୧୨ ଘଣ୍ଟା ଧରି ଜେରା କରିଥିବା ଜଣାଯାଇଛି। ଲକ୍ଷ୍ମୀକାନ୍ତ କରୋନାରେ ଆକ୍ରାନ୍ତ ହେବାରୁ ଗତ ଜୁଲାଇ ୧୭ ତାରିଖରୁ ଅଫିସ ଯାଇନଥିବା ଜଣାପଡ଼ିଛି ।

ଭାଇରାଲ୍ ହୋଇଥିବା ଅଡିଓ ସମ୍ପର୍କରେ ମାନିଛନ୍ତି ଲଷ୍ମୀକାନ୍ତଙ୍କ ବନ୍ଧୁ ବିଶ୍ୱଜିତ । ସେ ନିଜେ ଭାଇରାଲ୍ କରିଥିବା କଥାକୁ ସ୍ୱୀକାର କରିଛନ୍ତି । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବା ସହ ବିଶ୍ୱଜିତ କହିଛନ୍ତି ଯେ, ମୋବାଇଲ୍‌ରେ ୨୦ରୁ ୨୫ ଜଣ ସାଙ୍ଗଙ୍କୁ ସେ ଏହି ଅଡିଓଟିକୁ ପଠାଇଥିଲେ ।  ସେପଟେ ଅରଟେଲ୍ କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ କରୋନା ସଂକ୍ରମିତ  ହୋଇଥିଲେ ଏବଂ ନିଜର ଅନୁଭୂତି ସାଙ୍ଗଙ୍କ ସହ କଥା ହେଉଥିଲେ । ତେବେ ତାଙ୍କ କଥାକୁ ବିଶ୍ୱଜିତ ରେକର୍ଡିଂ କରୁଥିବେ ବୋଲି ତାଙ୍କ ଧାରଣା ନ ଥିଲା ବୋଲି କହିଛନ୍ତି ଲକ୍ଷ୍ମୀକାନ୍ତ ।

Advertisment

 ସୂଚନାଯୋଗ୍ୟ, ଓଟିଭି ସୋଶାଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଦୁଇ ବନ୍ଧୁ କଥା ହେଉଥିବାର ଏକ ଅଡିଓ ପ୍ରକାଶ ପାଇଥିଲା। ସେମାନଙ୍କ ଭିତରୁ ଜଣେ କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା କୁହାଯାଉଥିଲା। କୋଭିଡ୍‌ ହସ୍ପିଟାଲ୍‌ରୁ ଫେରିବା ପରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ସାଙ୍ଗ ସହିତ କଥା ହୋଇଥିଲେ। ଯାହା ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏହାପରେ ଗତକାଲି ସେମାନଙ୍କୁ ପୁଲିସ୍‌ ଉଠାଇ ନେଇଥିବା ବେଳେ ବ୍ୟାପକ ତଦନ୍ତ ପାଇଁ ସେମାନଙ୍କୁ ନିଆଯାଇଥିବା କହିଥିଲେ ପୁଲିସ କମିଶନର। ଆଜି ସେମାନଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କରାଯାଇଛି। 

ଓଟିଭି ସୋଶାଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ପ୍ରସାରିତ ଉକ୍ତ ଭିଡିଓକୁ ମିଛ ବୋଲି ଦର୍ଶାଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଥିଲା। ପୁଲିସ୍‌ ମାମଲା ରୁଜୁ କରି ରାତି ଅଧିଆ ଓଟିଭି ଅଫିସ୍‌ରେ ପହଞ୍ଚିଶନିବାର ଥାନାରେ ହାଜର ପାଇଁ ନୋଟିସ୍‌ କରିଥିଲା।

Bhubaneswar News Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe