Advertisment

ମାତିଛନ୍ତି ଲୁଟେରା, ତାଡି ଦେଲେ ଦୁଇଟି ଏଟିଏମ

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ସହରରେ ମାତିଛନ୍ତି ଏଟିଏମ୍ ଲୁଟେରା। ଗତକାଲି ବିଲମ୍ବିତ ରାତିରେ ସୋର ଥାନା ଅନ୍ତପୁର ରାସ୍ତା ପାଖର ଛକ ନିକଟରେ ଥିବା ହିଟାଚି ଏଟିଏମ ଓ ବାଗୁଡିରେ ଥିବା ଏକ୍ସିସ୍ ବ୍ୟାଙ୍କର ଏଟିଏମ୍‌କୁ  ତାଡି ଲୁଟି ନେଇଛନ୍ତି ଲୁଟେରା। ବିଳମ୍ବିତ ରାତିରେ ବାଗୁଡି ଅଞ୍ଚଳରେ ଥିବା ଏକ୍ସିସ୍ ବ୍ୟାଙ୍କ ଏଟିଏମର କିଛି ଅଂଶ  ଭାଙ୍ଗି ଲୁଟ୍ ଉଦ୍ୟମ କରୁଥିଲେ। ମାତ୍ର ଉକ୍ତ ସମୟରେ  ଏକ ବାହାଘର ପ୍ରୋସେସନ ଆସିବାରୁ ଲୁଟେରାମାନେ […]

ମାତିଛନ୍ତି ଲୁଟେରା, ତାଡି ଦେଲେ ଦୁଇଟି ଏଟିଏମ

sora

Advertisment

ସୋର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ସହରରେ ମାତିଛନ୍ତି ଏଟିଏମ୍ ଲୁଟେରା। ଗତକାଲି ବିଲମ୍ବିତ ରାତିରେ ସୋର ଥାନା ଅନ୍ତପୁର ରାସ୍ତା ପାଖର ଛକ ନିକଟରେ ଥିବା ହିଟାଚି ଏଟିଏମ ଓ ବାଗୁଡିରେ ଥିବା ଏକ୍ସିସ୍ ବ୍ୟାଙ୍କର ଏଟିଏମ୍‌କୁ  ତାଡି ଲୁଟି ନେଇଛନ୍ତି ଲୁଟେରା।

Advertisment

ବିଳମ୍ବିତ ରାତିରେ ବାଗୁଡି ଅଞ୍ଚଳରେ ଥିବା ଏକ୍ସିସ୍ ବ୍ୟାଙ୍କ ଏଟିଏମର କିଛି ଅଂଶ  ଭାଙ୍ଗି ଲୁଟ୍ ଉଦ୍ୟମ କରୁଥିଲେ। ମାତ୍ର ଉକ୍ତ ସମୟରେ  ଏକ ବାହାଘର ପ୍ରୋସେସନ ଆସିବାରୁ ଲୁଟେରାମାନେ ଚମ୍ପଟ ମାରିଥିଲେ ।ଏଟିଏମରୁ ଟଙ୍କା ଲୁଟ ହୋଇଛି କି ନାହିଁ ଜଣାପଡିନାହିଁ ।

ସେହି ଭଳି ପାଖର ଛକ ନିକଟରେ ଥିବା ହିଟାଚି ଏଟିଏମକୁ ଲୁଟେରା ମାନେ ଗ୍ୟାସ୍ କଟରରେ କାଟି ଏଟିଏମରେ ଥିବା ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଘଟଣାସ୍ଥଳରେ ସୋର ପୁଲିସ୍ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

Advertisment
Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe