/odisha-reporter/media/post_attachments/uploads/2020/08/141534-lock-.jpg)
141534-lock-
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ୨ଟି ବ୍ଲକ ଓ ୨ NACକୁ ସମ୍ପୂର୍ଣ୍ଣ ଶଟଡାଉନ୍ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟା ୭ଟାରୁ ୧୪ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ଶଟଡାଉନ୍ କଟକଣା ବଳବତ୍ତର ରହିବ।
Advertisment
ଜିଲ୍ଲାର ଚିଲିକା, ବାଣପୁର ବ୍ଲକ ଓ ବାଲୁଗାଁ,ବାଣପୁର NACରେ ଶଟଡାଉନ୍ କଟକଣା ଲାଗୁ କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ପ୍ରଶାସନ ଏପରି ପଦକ୍ଷେପ ନେଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ସମସ୍ତ ଦୋକାନ, ବଜାର ବନ୍ଦ ରହିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
