Advertisment

ବନ୍ୟା ପାଣିରେ ଫସିଥିବା ୨ ଭାଇ ଉଦ୍ଧାର

ଭଦ୍ରକ(ପାର୍ଥ ସାରଥୀ ନାୟକ): ବନ୍ୟା ପାଣିରେ ଫସି ରହିଥିବା ଦୁଇ ଭାଇଙ୍କୁ ଉଦ୍ଧାର କଲା ଏନ୍‌ଡିଆରଏଫ୍ ଟିମ୍ । ୩ଘଣ୍ଟା ଅପରେସନ ପରେ ଏନ୍‌ଡିଆରଏଫ୍ ଟିମ୍ ସେମାନଙ୍କୁ ଉଦ୍ଧାର କରିଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁରରେ। ଷୋଳମପୁରସ୍ଥିତ ବଲଭୀଘାଟ ପାଖରେ ଦୁଇ ଭାଇ ନିଜ ଘରେ ରହିଥିଲେ। ହେଲେ ରାତି ପ୍ରାୟ ୮ଟା ସମୟରେ ତାଙ୍କ ଘର ଭିତରକୁ ବନ୍ୟା ପାଣି ପଶି ଯାଇଥିଲା। ଏମିତିକି ଘର ଭିତରେ […]

ଅଦ୍ୟତନ ହୋଇଛି
ବନ୍ୟା ପାଣିରେ ଫସିଥିବା ୨ ଭାଇ ଉଦ୍ଧାର

brother

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ବନ୍ୟା ପାଣିରେ ଫସି ରହିଥିବା ଦୁଇ ଭାଇଙ୍କୁ ଉଦ୍ଧାର କଲା ଏନ୍‌ଡିଆରଏଫ୍ ଟିମ୍ । ୩ଘଣ୍ଟା ଅପରେସନ ପରେ ଏନ୍‌ଡିଆରଏଫ୍ ଟିମ୍ ସେମାନଙ୍କୁ ଉଦ୍ଧାର କରିଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁରରେ।

Advertisment

ଷୋଳମପୁରସ୍ଥିତ ବଲଭୀଘାଟ ପାଖରେ ଦୁଇ ଭାଇ ନିଜ ଘରେ ରହିଥିଲେ। ହେଲେ ରାତି ପ୍ରାୟ ୮ଟା ସମୟରେ ତାଙ୍କ ଘର ଭିତରକୁ ବନ୍ୟା ପାଣି ପଶି ଯାଇଥିଲା। ଏମିତିକି ଘର ଭିତରେ ବେକେ ପାଣି ହୋଇ ଯାଇଥିଲା। ଏହାପରେ ସେମାନେ ଭୟଭୀତ ହୋଇ ଭଣ୍ଡାରିପୋଖରୀ ବିଡିଓଙ୍କୁ ଯୋଗାଯୋଗ କରିଥିଲେ।

ବିଡିଓଙ୍କ ନିର୍ଦ୍ଦେଶ ଅନୁସାରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ରାତି ପ୍ରାୟ ୧୦.୩୦ରେ ଘଟଣାସ୍ଥଳରେ ପହଞ୍ଚି ରାତି ପ୍ରାୟ ୧ଟା ୩୦ରେ ଦୁଇ ଭାଇଙ୍କୁ ଉଦ୍ଧାର କରିଥିଲେ। ଦୁଇ ଭାଇ ଏବେ ସୁରକ୍ଷିତ ଥିବା ଜଣାଯାଇଛି। ତେବେ ଵୈତରଣୀର ଆଖୁଆପଦାଠାରେ ଜଳସ୍ତର କମୁଥିବା ବେଳେ ତଳୁଆ ଅଞ୍ଚଳ ଜଳମଗ୍ନ ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe