Advertisment

ଶୁକ୍ରବାର ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ; ଉପସ୍ଥିତ ରହିବେ ବିଜେଡିର ୨ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ। ଏହି ସମୟରେ ବିଜେଡିର ୨ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିବେ।  ବିଜେଡି ତରଫରୁ ମନ୍ତ୍ରୀ ଜଗନ୍ନାଥ ସାରକା ଓ ମନ୍ତ୍ରୀ ଟୁକୁନି ସାହୁ ଆସନ୍ତାକାଲି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ ବୋଲି  ଟ୍ୱିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି,  ଆସନ୍ତାକାଲି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ […]

author-image
Niharika Rout
ଅଦ୍ୟତନ ହୋଇଛି
ଶୁକ୍ରବାର ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ; ଉପସ୍ଥିତ ରହିବେ ବିଜେଡିର ୨ ମନ୍ତ୍ରୀ

naveen-&-dropadi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ। ଏହି ସମୟରେ ବିଜେଡିର ୨ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିବେ।  ବିଜେଡି ତରଫରୁ ମନ୍ତ୍ରୀ ଜଗନ୍ନାଥ ସାରକା ଓ ମନ୍ତ୍ରୀ ଟୁକୁନି ସାହୁ ଆସନ୍ତାକାଲି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ ବୋଲି  ଟ୍ୱିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି,  ଆସନ୍ତାକାଲି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ। ଏହି ସମୟରେ ଉପସ୍ଥିତ ରହିବ ବିଜେଡି। ବିଜେଡି ତରଫରୁ ଜଗନ୍ନାଥ ସାରକା ଓ ମନ୍ତ୍ରୀ ଟୁକୁନି ସାହୁ ଉକ୍ତ ସମୟରେ ଉପସ୍ଥିତ ରହିବେ। ଉଭୟ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ସେମାନେ ଆଜି ନାମାଙ୍କନ ପତ୍ରରେ ସ୍ୱାକ୍ଷର କରିବା ସହ ଆସନ୍ତାକାଲି ଦିଲ୍ଲୀରେ ଉପସ୍ଥିତ ରହିବେ। ଏ ସମ୍ପର୍କରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମୋ’ ସହ କଥା ହୋଇଛନ୍ତି।

ସୂଚନାଯୋଗ୍ୟ, ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଟ୍ୱିଟ୍‌ କରି ଅପିଲ କରିଥିଲେ। ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ସର୍ବସମ୍ମତି କ୍ରମେ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସେ କହିଛନ୍ତି। ଏଥିସହ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ପଦବୀ ପାଇଁ ସମର୍ଥନ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ଆସନ୍ତାକାଲି ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ ବେଳେ ଓଡ଼ିଶା ବିଜେପିର ୧୦ ଜଣ ପ୍ରତିନିଧି ଯୋଗ ଦେବେ। ଜଗନ୍ନାଥ ମିଶ୍ର, ମୋହନ ମାଝି ପ୍ରମୁଖଙ୍କ ସମେତ ବିଜେପିର ଏକ ୧୦ ଜଣିଆ ଟିମ୍‌ ଆଜି ଦିଲ୍ଲୀ ଗସ୍ତ କରିବେ।

ଉଭୟ ବିଜେପି ଓ ବିଜେଡି ରାଷ୍ଟ୍ରପତି ରେସ୍‌ରେ ସାମିଲ ହୋଇଥିବା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ବୋଲି ଖୋଲାଖୋଲି କହି ସାରିଥିବା ବେଳେ କଂଗ୍ରେସ କିନ୍ତୁ ଏ ଯାଏ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନି।