/odisha-reporter/media/post_attachments/uploads/2020/02/ship.jpg)
ship
ଭଦ୍ରକ (ପାର୍ଥସାରଥୀ ନାୟକ): ଗତକାଲି ବାଂଲାଦେଶରୁ ୨ଟି ଚାଇନା ହଂକ ଜାହାଜ ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଆସି ପହଞ୍ଚିଛି। କରୋନା ଭାଇରସ୍ ଯୋଗୁଁ ଚାଇନା ଜାହାଜ ଦେଖି ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
Advertisment
ଏହି ଖବର ଧାମରା ଅଞ୍ଚଳରେ ପ୍ରଚାର ହେବା ପରେ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଭଦ୍ରକର ଭାରପ୍ରାପ୍ତ ଜିଲ୍ଲାପାଳ ଏ ବିଷୟରେ ବନ୍ଦର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ।
ପରେ ବନ୍ଦର କର୍ତ୍ତୃପକ୍ଷ ଜାହାଜରେ ଥିବା ସମସ୍ତ ୪୪ ଜଣ ଚାଇନା କର୍ମଚାରୀଙ୍କର ଜାହାଜ ମଧ୍ୟରେ ହିଁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରୀକ୍ଷା ପରେ କେହି ବି ଚାଇନା କର୍ମଚାରୀ କରୋନାରେ ଆକ୍ରାନ୍ତ ନଥିବା ବନ୍ଦର କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନଙ୍କୁ ଜଣାଇଛନ୍ତି।
Advertisment
ସୂଚନାଯୋଗ୍ୟ, ଖାଲି ଆସିଥିବା ଏହି ଜାହାଜ ଦୁଇଟିରେ ଧାମରା ବନ୍ଦରରୁ ପେଲେଟ୍ ଓ ଲୁହାପଥର ଚାଇନା ଯିବ। ଏହି ଜାହାଜରେ ୪୪ ଜଣ ଚାଇନା କର୍ମଚାରୀ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
