ନିଲମ୍ୱିତ ହେଲେ ତିନି ପୁଲିସ କର୍ମଚାରୀ

ଜୟପୁର(ଓଡ଼ିଶା ରିପୋର୍ଟର): ଜୟପୁର କୋର୍ଟ ପରିସରରୁ ଦୁଇ କୁଖ୍ୟାତ ଡକାୟତ ଚମ୍ପଟ ମାମଲାରେ ୩ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଦୁଇ ଜଣ କନ୍‌ଷ୍ଟେବଲ ଓ ଜଣେ ହାବିଲ୍‌ଦାର୍‌ଙ୍କୁ କୋରାପୁଟ ଏସ୍‌ପି କନୱର ବିଶାଲ ସିଂହ ନିଲମ୍ବିତ କରିଛନ୍ତି। ଏହି ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍‌ପି ଭି.ରଘୁନାଥ ରାଓ। ନିଲମ୍ୱିତ ହୋଇଥିବା ଦୁଇ କନ୍‌ଷ୍ଟେବଲ ହେଲେ ଭିକାରୀ ନାୟକ, ପି.ଗୁପ୍ତେଶ୍ୱର ରାଓ ଓ ହାବିଲଦାର ରାଜେନ୍ଦ୍ର କୁମାର ସ୍ୱାଇଁ। ଗତକାଲି ଅପରାହ୍ନ ପ୍ରାୟ […]

jaipur

jaipur

Rakesh Mallick
  • Published: Thursday, 29 November 2018
  • Updated: 29 November 2018, 08:24 PM IST

Sports

Latest News

ଜୟପୁର(ଓଡ଼ିଶା ରିପୋର୍ଟର): ଜୟପୁର କୋର୍ଟ ପରିସରରୁ ଦୁଇ କୁଖ୍ୟାତ ଡକାୟତ ଚମ୍ପଟ ମାମଲାରେ ୩ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଦୁଇ ଜଣ କନ୍‌ଷ୍ଟେବଲ ଓ ଜଣେ ହାବିଲ୍‌ଦାର୍‌ଙ୍କୁ କୋରାପୁଟ ଏସ୍‌ପି କନୱର ବିଶାଲ ସିଂହ ନିଲମ୍ବିତ କରିଛନ୍ତି। ଏହି ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍‌ପି ଭି.ରଘୁନାଥ ରାଓ।

ନିଲମ୍ୱିତ ହୋଇଥିବା ଦୁଇ କନ୍‌ଷ୍ଟେବଲ ହେଲେ ଭିକାରୀ ନାୟକ, ପି.ଗୁପ୍ତେଶ୍ୱର ରାଓ ଓ ହାବିଲଦାର ରାଜେନ୍ଦ୍ର କୁମାର ସ୍ୱାଇଁ। ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ବିଭିନ୍ନ ମାମଲାରେ ଜଡ଼ିତ ଥିବା ଲାଲାବାହାଦୂର ଦର୍ଜୀ ଓ ପି.ପବନ କୁମାରକୁ କୋର୍ଟରେ ହାଜର ପାଇଁ ଏମାନେ ନେଇଥିଲେ। ଦୁଇ କୁଖ୍ୟାତ ଡକାୟତ ପରିସ୍ରା ବାହାନା କରି ସେଠାରୁ ଚମ୍ପଟ ମାରିଥିଲେ। ସେମାନଙ୍କୁ ଧରିବାକୁ ଦୁଇଟି ଟିମ୍ ଗଠନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos