Advertisment

ମୁଣ୍ଡଳୀ ମହାନଦୀରେ କୁମ୍ଭୀର

ଆଠଗଡ଼(ଓଡ଼ିଶା ରିପୋର୍ଟ): ମହାନଦୀରେ ଘୁରି ବୁଲୁଛନ୍ତି ଦୁଇଟି କୁମ୍ଭୀର। କଟକ ମୁଣ୍ଡଳୀ ଠାରେ ମହାନଦୀ ପାଣିରେ ଏହି କୁମ୍ଭୀର ପହଁରି ଯାଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ସମେତ ମାଛଧରାଳି ଓ ମହାନଦୀକୁ ସଂଯୋଗ କରିଥିବା ଅନ୍ୟ ନଦୀକୂଳିଆ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ମୁଣ୍ଡଳି ବ୍ରିଜ ଦେଇ ଯାଉଥିବା ଲୋକେ କୁମ୍ଭୀର ପହଁରୁ ଥିବା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲା। ଯାହା ପ୍ରଚାର ହୋଇଯିବା ପରେ କୁମ୍ଭୀର ଦେଖିବାକୁ ଲୋକଙ୍କ ଭିଡ଼ […]

ମୁଣ୍ଡଳୀ ମହାନଦୀରେ କୁମ୍ଭୀର

crocodile

Advertisment

ଆଠଗଡ଼(ଓଡ଼ିଶା ରିପୋର୍ଟ): ମହାନଦୀରେ ଘୁରି ବୁଲୁଛନ୍ତି ଦୁଇଟି କୁମ୍ଭୀର। କଟକ ମୁଣ୍ଡଳୀ ଠାରେ ମହାନଦୀ ପାଣିରେ ଏହି କୁମ୍ଭୀର ପହଁରି ଯାଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ସମେତ ମାଛଧରାଳି ଓ ମହାନଦୀକୁ ସଂଯୋଗ କରିଥିବା ଅନ୍ୟ ନଦୀକୂଳିଆ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

Advertisment

ମୁଣ୍ଡଳି ବ୍ରିଜ ଦେଇ ଯାଉଥିବା ଲୋକେ କୁମ୍ଭୀର ପହଁରୁ ଥିବା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲା। ଯାହା ପ୍ରଚାର ହୋଇଯିବା ପରେ କୁମ୍ଭୀର ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥିଲା। ତେବେ ଏହି କୁମ୍ଭୀର କେଉଁ ଠାରୁ ଆସିଲେ ସେ ନେଇ ଜଣାପଡ଼ିନି।

ମୁଣ୍ଡଳି ଠାରେ ମହାନଦୀର ଉଭୟ ପାର୍ଶ୍ୱରେ ଗାଁ ରହିଛି। ନଦୀ ଉପରେ ମାଛ ଧରାଳିଙ୍କ ସହ ସ୍ଥାନୀୟ ଲୋକେ ଗାଧୋଇବା ନିମନ୍ତେ ନିର୍ଭର କରନ୍ତି। ଏଣୁ ତୁରନ୍ତ ଏହି କୁମ୍ଭୀରକୁ ଧରିବା ପାଈଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe