Advertisment

ଟ୍ରକ୍‌ ଚକା ତଳେ ପଶିଗଲା ସ୍କୁଟି

କଣ୍ଟାବାଞ୍ଜି (ଅନ୍ତିମ ପ୍ରାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ସିଂଧେକେଲା ଥାନା ଅନ୍ତର୍ଗତ ଚାନ୍ଦୋତରା ଛକ ନିକଟର ଟ୍ରକ୍‌- ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ  ଦୁଇ ଜଣଙ୍କର ମୃତ୍ୟୁ  ଘଟିଛି। ମୃତକ ଦ୍ୱୟ ହେଲେ ଦେଡ଼ଗାଁର କରୁଣା ଥପା ଓ ଯୁବରାଜ ଥପା।  ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ,  ଗତକାଲି ବିଳମ୍ବିତ ରାତିରେ ଟ୍ରକ୍‌ଟି ଚାନ୍ଦୋତରାରୁ ଭବାନୀପାଟଣା ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଏକ ସ୍କୁଟିରେ […]

ଅଦ୍ୟତନ ହୋଇଛି
ତିନି ମହଲାରୁ ଖସି ପର୍ଯ୍ୟଟକଙ୍କ ମୃତ୍ୟୁ; ହତ୍ୟା ଅଭିଯୋଗ

DeadBody

Advertisment

କଣ୍ଟାବାଞ୍ଜି (ଅନ୍ତିମ ପ୍ରାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ସିଂଧେକେଲା ଥାନା ଅନ୍ତର୍ଗତ ଚାନ୍ଦୋତରା ଛକ ନିକଟର ଟ୍ରକ୍‌- ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ  ଦୁଇ ଜଣଙ୍କର ମୃତ୍ୟୁ  ଘଟିଛି। ମୃତକ ଦ୍ୱୟ ହେଲେ ଦେଡ଼ଗାଁର କରୁଣା ଥପା ଓ ଯୁବରାଜ ଥପା।  ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ,  ଗତକାଲି ବିଳମ୍ବିତ ରାତିରେ ଟ୍ରକ୍‌ଟି ଚାନ୍ଦୋତରାରୁ ଭବାନୀପାଟଣା ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଏକ ସ୍କୁଟିରେ କରୁଣା ଓ ଯୁବରାଜ ଆସୁଥିଲେ। ତାଙ୍କ ସ୍କୁଟି ସହ ଟ୍ରକ୍‌ର  ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ମର୍ମନ୍ତୁଦ ଥିଲା ଯେ ଟ୍ରକ୍ ତଳେ ସ୍କୁଟିଟି ପଶି ଯାଇ ଚାପି ହୋଇଯାଇଥିଲା।

ଆଜି ସକାଳେ ସ୍ଥାନୀୟ ଲୋକେ  ଦୁର୍ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ। ସିଂଧେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର   କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।  ପୁଲିସ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌କୁ ଜବତ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe