Advertisment

ଟ୍ରକ୍‌ ପଛରେ ପିଟି ହେଲା ବୋଲେରୋ; ୩ ମୃତ, ୬ ଗୁରୁତର

ବଲାଙ୍ଗିର/ଧର୍ମଗଡ଼ (ଘଟେଶ୍ୱର ମିଶ୍ର/ଇଙ୍ଗିତ ପଣ୍ଡା): ବଲାଙ୍ଗିର-ସୋନପୁର ରାସ୍ତାର ବଇରାସ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଏକ ବୋଲେରୋ ପଛପଟୁ ଧକ୍କା ଦେବାରୁ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ମୃତକମାନେ ହେଲେ ଶକୁନ୍ତଳା ସାହୁ, ପବିତ୍ର ସାହୁ ଓ ତେଜ ବାଗ୍। ମୃତାହାତଙ୍କ ଘର ପାଟଣାଗଡ଼ ଥାନା ଅନ୍ତର୍ଗତ ଘୁମେର ଓ ତମିଆଁ ଗାଁରେ। ସୂଚନା ଅନୁଯାୟୀ, ଗତକାଲି […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଟ୍ରକ୍‌ ପଛରେ ପିଟି ହେଲା ବୋଲେରୋ; ୩ ମୃତ, ୬ ଗୁରୁତର

accident

ବଲାଙ୍ଗିର/ଧର୍ମଗଡ଼ (ଘଟେଶ୍ୱର ମିଶ୍ର/ଇଙ୍ଗିତ ପଣ୍ଡା): ବଲାଙ୍ଗିର-ସୋନପୁର ରାସ୍ତାର ବଇରାସ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଏକ ବୋଲେରୋ ପଛପଟୁ ଧକ୍କା ଦେବାରୁ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ମୃତକମାନେ ହେଲେ ଶକୁନ୍ତଳା ସାହୁ, ପବିତ୍ର ସାହୁ ଓ ତେଜ ବାଗ୍।

Advertisment

publive-imageମୃତାହାତଙ୍କ ଘର ପାଟଣାଗଡ଼ ଥାନା ଅନ୍ତର୍ଗତ ଘୁମେର ଓ ତମିଆଁ ଗାଁରେ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଏହି ଦୁଇ ଗାଁର ୧୩ ଜଣ ମହିଳା ଓ ପୁରୁଷ ବୋଲେରୋରେ ଯୋଗେ ପୁରୀ ଅଭିମୁଖେ ଯାଉଥିଲେ। ଏହି ସମୟରେ ବଇରାସ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ବୋଲେରୋଟି ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶକୁନ୍ତଳା ଓ ତେଜଙ୍କ ମୃତ୍ୟୁ ଘଟିଥିବା ବେଳେ ତରଭା ମେଡ଼ିକାଲରେ ପବିତ୍ରଙ୍କ ମୃତ୍ୟୁ ହୋଇଥିଲା। ୬ ଗୁରୁତରଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜ୍ ଓ ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି। ୪ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ମୃତ ଶକୁନ୍ତଳା ସାହୁଙ୍କ ପୁଅ ହରେକୃଷ୍ଣ କହିଛନ୍ତି ଯେ ତେଜ ସାହୁ ସେମାନଙ୍କୁ ନେଇ ଯାଉଥିଲେ। ସେମାନେ ପ୍ରଥମେ ପୁରୀ ଯାଇଥା’ନ୍ତେ। ସେଠାରୁ ଫେରି କୌଣସି ଏକ ଇଟା ଭାଟିରେ ଦୁଇ ମାସ କାମ କରିଥା’ନ୍ତେ।

Advertisment