ପୋଲ ତଳକୁ ବାଇକ୍‌ ଖସି ୨ ମୃତ

ଯାଜପୁର (ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ହାଇଲେବୁଲ କେନାଲ ରାସ୍ତାର ଇମାମନଗର ନିକଟରେ ଏକ ପୋଲ ତଳକୁ ବାଇକ୍‌ ଖସି ପଡ଼ିବା କାରଣରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଜେନାପୁର ଥାନା ବାରମାଣ ଗ୍ରାମର ଟୁକୁନା ସାମଲ (୨୬) ଓ ପ୍ରକାଶ ଦେଉରୀ (୨୩)। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଧର୍ମଶାଳା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତା […]

jajpur

Rakesh Mallick
  • Published: Wednesday, 02 January 2019
  • , Updated: 02 January 2019, 05:11 PM IST

ଯାଜପୁର (ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ହାଇଲେବୁଲ କେନାଲ ରାସ୍ତାର ଇମାମନଗର ନିକଟରେ ଏକ ପୋଲ ତଳକୁ ବାଇକ୍‌ ଖସି ପଡ଼ିବା କାରଣରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଜେନାପୁର ଥାନା ବାରମାଣ ଗ୍ରାମର ଟୁକୁନା ସାମଲ (୨୬) ଓ ପ୍ରକାଶ ଦେଉରୀ (୨୩)। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଧର୍ମଶାଳା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

ଅଭିଯୋଗ ଅନୁସାରେ, ଗତକାଲି ଟୁକୁନା ଏବଂ ପ୍ରକାଶ ଏକ ବାଇକ୍‌ରେ ଜାରକାଠାରେ ଚାଲିଥିବା ଧର୍ମଶାଳା ମହୋତ୍ସବ ଦେଖିବାକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ରାତି ପ୍ରାୟ ୧୧ଟାରେ ହାଇଲେବୁଲ କେନାଲ ରାସ୍ତାର ଇମାମନଗର ନିକଟରେ ଥିବା ପୋଲରେ ଭାରସାମ୍ୟ ହରାଇ ବାଇକ ସହ ୩୦ଫୁଟ ତଳକୁ ଖସି ପିଡ଼ିଥିଲେ। ଫଳରେ ଘଟଣା ସ୍ଥଳରେ ଟୁକୁନାଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ପ୍ରକାଶଙ୍କୁ ପୁଲିସ ଉଦ୍ଧାର କରି ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥଇଲା। ହେଲେ କଟକ ନେବା ବାଟରେ ପ୍ରକାଶଙ୍କ ମୃତ୍ୟୁ ଘଟିଥିଲା।

Related story