Advertisment

ଗୋଟିଏ ଦିନରେ ଦୁଇ ଝୁଲନ୍ତା ମୃତଦେହ ଠାବ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସଦର ଥାନା ଅର୍ନ୍ତଗତ ଖୁଜେନପାଲି ପଞ୍ଚାୟତରେ ଆଜି ଗୋଟିଏ ଦିନରେ ଦୁଇଟି ଝୁଲନ୍ତା ମୃତଦେହ ଠାବ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି। ମୃତକଦ୍ୱୟ ହେଲେ ପ୍ରଦୀପ ଛତା (୨୫) ଓ ଭାନୁ ସାହୁ। ପ୍ରଦୀପଙ୍କ ଘର ବଲାଙ୍ଗିର ସହରସ୍ଥିତ ସାଲେପାଲିପଡ଼ାରେ। ଭାନୁଙ୍କ ଘର ଖୁଜେନପାଲି ପଞ୍ଚାୟତର ବାଗଭାଡି ଗାଁରେ। ସୂଚନା ଅନୁସାରେ, ଆଜି ସକାଳେ ଖୁଜେନପାଲି ଏଫସିଆଇ ଗୋଦାମ ନିକଟରେ ଥିବା ଏକ ପଳାସ ଗଛରେ […]

author-image
Jyoshna Pradhan
ଗୋଟିଏ ଦିନରେ ଦୁଇ ଝୁଲନ୍ତା ମୃତଦେହ ଠାବ

bolangir

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସଦର ଥାନା ଅର୍ନ୍ତଗତ ଖୁଜେନପାଲି ପଞ୍ଚାୟତରେ ଆଜି ଗୋଟିଏ ଦିନରେ ଦୁଇଟି ଝୁଲନ୍ତା ମୃତଦେହ ଠାବ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି। ମୃତକଦ୍ୱୟ ହେଲେ ପ୍ରଦୀପ ଛତା (୨୫) ଓ ଭାନୁ ସାହୁ। ପ୍ରଦୀପଙ୍କ ଘର ବଲାଙ୍ଗିର ସହରସ୍ଥିତ ସାଲେପାଲିପଡ଼ାରେ। ଭାନୁଙ୍କ ଘର ଖୁଜେନପାଲି ପଞ୍ଚାୟତର ବାଗଭାଡି ଗାଁରେ।

Advertisment

ସୂଚନା ଅନୁସାରେ, ଆଜି ସକାଳେ ଖୁଜେନପାଲି ଏଫସିଆଇ ଗୋଦାମ ନିକଟରେ ଥିବା ଏକ ପଳାସ ଗଛରେ ପ୍ରଦୀପଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ବଲାଙ୍ଗିର ସଦର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ମୃତଦେହ ନିକଟରେ ଏକ ସାଇକେଲ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ମୃତ୍ୟୁର କାରଣ ଜଣା ପଡ଼ିନାହିଁ।

ସେହିପରି ଏହି ପଞ୍ଚାୟତ ଅନ୍ତର୍ଗତ ବାଗଭାଡି ଗାଁ ସ୍କୁଲ ନିକଟରେ ଥିବା ଏକ ଆମ୍ୱ ଗଛରୁ ଭାନୁ ସାହୁ ନାମ୍ନୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କର ଏକ ସାତ ବର୍ଷର ପୁଅ ଅଛି । ତେବେ ମହିଳାଙ୍କ ମୃତ୍ୟୁର କାରଣ ଜଣା ପଡିନାହିଁ । ସଦର ପୁଲିସ୍‌ ଉଭୟ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment