Advertisment

ଟ୍ରାକ୍ଟର ଓଲଟି ୨ ମୃତ

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମାଣିକପୁର ଗାଁରେ ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଶେଖର ଭୋଇ ଓ ସଞ୍ଜୀବ ଭରାସାଗର। ଗତକାଲି ଅପରାହ୍ଣ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଶେଖର ଓ ସଞ୍ଜୀବ ଟ୍ରାକ୍ଟରରେ ବିଲକୁ ହଳ କରିବାକୁ ଯାଉଥିଲେ। ହେଲେ ମାଣିକପୁର ମୁର୍ଷୁଣ୍ଢି ରାସ୍ତାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଟ୍ରାକ୍ଟର ଓଲଟି ୨ ମୃତ

accident

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମାଣିକପୁର ଗାଁରେ ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଶେଖର ଭୋଇ ଓ ସଞ୍ଜୀବ ଭରାସାଗର।

Advertisment

ଗତକାଲି ଅପରାହ୍ଣ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଶେଖର ଓ ସଞ୍ଜୀବ ଟ୍ରାକ୍ଟରରେ ବିଲକୁ ହଳ କରିବାକୁ ଯାଉଥିଲେ। ହେଲେ ମାଣିକପୁର ମୁର୍ଷୁଣ୍ଢି ରାସ୍ତାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ଏଥିସହ  ‌ଏକ ମାମଲା ଦାୟର କରିଛି।