Advertisment

ଓଟିଭି ନାଁରେ ଫେକ୍‌ ନ୍ୟୁଜ୍‌ ପୋଷ୍ଟ କରି ୨ ଅଟକ

ବରଗଡ଼(ଦୀପକ ଶର୍ମା): ଓଟିଭି ଲୋଗୋ ଏବଂ ଗ୍ରାଫିକ୍ସ ପ୍ଲେଟ୍‌ ଲଗାଇ ଫେକ୍‌ ନ୍ୟୁଜ୍‌ ଛାଡ଼ିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ପୁଲିସ୍ ଅଟକ ରଖିଛି। ଉଭୟଙ୍କ ଘର ବରଗଡ଼ ଜିଲ୍ଲା କୁଣ୍ଡାଖାଇ ଗାଁରେ ।  ସେମାନଙ୍କୁ ପୁଲିସ ବୋଡେନ୍‌ ଅଞ୍ଚଳରୁ ଧରିଥିଲା। ବରଗଡ଼ ଜିଲ୍ଲା କୁଣ୍ଡାଖାଇ ଗାଁରେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଓଟିଭି  ଲୋଗୋ ଏବଂ ଗ୍ରାଫିକ୍ସ ପ୍ଲେଟ୍‌ ଲଗାଇ ଫେକ୍‌ ନ୍ୟୁଜ୍‌ oyo ସୁଶାନ୍ତ ନାମକ ଫେସ୍‌ବୁକ୍‌ […]

ଓଟିଭି ନାଁରେ ଫେକ୍‌ ନ୍ୟୁଜ୍‌ ପୋଷ୍ଟ କରି ୨ ଅଟକ

baragarh

Advertisment

ବରଗଡ଼(ଦୀପକ ଶର୍ମା): ଓଟିଭି ଲୋଗୋ ଏବଂ ଗ୍ରାଫିକ୍ସ ପ୍ଲେଟ୍‌ ଲଗାଇ ଫେକ୍‌ ନ୍ୟୁଜ୍‌ ଛାଡ଼ିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ପୁଲିସ୍ ଅଟକ ରଖିଛି। ଉଭୟଙ୍କ ଘର ବରଗଡ଼ ଜିଲ୍ଲା କୁଣ୍ଡାଖାଇ ଗାଁରେ ।  ସେମାନଙ୍କୁ ପୁଲିସ ବୋଡେନ୍‌ ଅଞ୍ଚଳରୁ ଧରିଥିଲା।publive-image

Advertisment

ବରଗଡ଼ ଜିଲ୍ଲା କୁଣ୍ଡାଖାଇ ଗାଁରେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଓଟିଭି  ଲୋଗୋ ଏବଂ ଗ୍ରାଫିକ୍ସ ପ୍ଲେଟ୍‌ ଲଗାଇ ଫେକ୍‌ ନ୍ୟୁଜ୍‌ oyo ସୁଶାନ୍ତ ନାମକ ଫେସ୍‌ବୁକ୍‌ ଆଇଡି ଏବଂ ହ୍ୱାଟସ୍‌ ଆପରେ ପୋଷ୍ଟ କରାଯାଇଥିଲା। ଏନେଇ  ଓଟିଭିର ପଦ୍ମପୁର ପ୍ରତିନିଧି ସୋମେଶ ମହାନ୍ତି ଆଜି ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ୍‌ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସୋଶାଲ ମିଡିଆରେ ଓଟିଭି ଲୋଗୋ ଓ ଗ୍ରାଫିକ୍ସ ପ୍ଲେଟ୍‌କୁ ବ୍ୟବହାର କରି ଫେକ୍ ନ୍ୟୁଜ୍‌ ଭାଇରାଲ କରିଥିବା ମାମଲାରେ ଗତକାଲି ହିମାଂଶୁ ବରାଳ ନାମକ ଜଣେ ବ୍ୟକ୍ତିଙ୍କୁ ଯାଜପୁର  ପୁଲିସ୍‌ ଗିରଫ କରିଥିଲା। ଏନେଇ ଯାଜପୁର ଏସ୍‌ପି ଟ୍ୱିଟ୍‌ କରି ସୂଚନା ଦେଇଥିଲେ।  ଅଭିଯୁକ୍ତଙ୍କ ନାଁ ଦଫା  ୧୮୮, ୨୬୯, ୨୭୦, ୫୦୫ ବିରେ ମାମଲା ରୁଜୁ କରାଯାଇଛି। ଏହାସହ ୩୪ ଆଇପିସି, ୩ ଇଡି ଆକ୍ଟ, ୫୪ ଡିଏମ୍‌ ଆକ୍ଟରେ ମାମଲା ରୁଜୁ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe