Advertisment

ଅଟୋକୁ ପିଟିଲା ଟ୍ରକ୍‌: ୨ ମୃତ, ୩ ଗୁରୁତର

ଅନୁଗୋଳ (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ମରାତିରା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍ ଏକ ଅଟୋକୁ ପିଟି ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ୨ ମୃତକ ମହିଳା ହୋଇଥିବା ବେଳେ ୩ ଗୁରୁତରଙ୍କ ମଧ୍ୟରେ ବି ଜଣେ ମହିଳା ଅଛନ୍ତି। ଅଟୋକୁ ଧକ୍କା ଦେବା ପରେ ପିଆଜ ବୋଝେଇ ଟ୍ରକ୍‌ଟି ମଧ୍ୟ ଓଲୋଟି ପଡ଼ିଛି। ଅଟୋଟି ମହୀଧରପୁରରୁ ଦୁର୍ଗାପୁର ଅଭିମୁଖେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଅଟୋକୁ ପିଟିଲା ଟ୍ରକ୍‌: ୨ ମୃତ, ୩ ଗୁରୁତର

Accident

ଅନୁଗୋଳ (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ମରାତିରା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍ ଏକ ଅଟୋକୁ ପିଟି ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

୨ ମୃତକ ମହିଳା ହୋଇଥିବା ବେଳେ ୩ ଗୁରୁତରଙ୍କ ମଧ୍ୟରେ ବି ଜଣେ ମହିଳା ଅଛନ୍ତି। ଅଟୋକୁ ଧକ୍କା ଦେବା ପରେ ପିଆଜ ବୋଝେଇ ଟ୍ରକ୍‌ଟି ମଧ୍ୟ ଓଲୋଟି ପଡ଼ିଛି।

ଅଟୋଟି ମହୀଧରପୁରରୁ ଦୁର୍ଗାପୁର ଅଭିମୁଖେ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମୃତାହତମାନେ ଜରପଡ଼ା ଓ ଦୁର୍ଗାପୁର ଅଞ୍ଚଳର।

Advertisment

ମହୀଧରପୁର ଅଞ୍ଚଳରେ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ସେମାନେ ସେଠାକୁ ଯାଇଥିଲେ। ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇ ଫେରୁଥିବା ବେଳେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଅଟୋରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୫ ଜଣ ଥିଲେ। ଅଟୋ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ୩ ଆହତଙ୍କୁ ପ୍ରଥମେ ଅନୁଗୋଳଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଜରପଡ଼ା ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି।

Accident Roadaccident