Advertisment

ଅକାମୀ ହୋଇଯାଇଛି ସରକାରୀ ଶାସନ, ବିବାହ ପରେ ନୌସେନା ଓ ବାୟୁସେନାର ଯବାନ ବାସନ୍ଦ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବିଂଶ ଶତାବ୍ଦିରେ ପାଦ ଦେଇଛି ମଣିଷ। ଅନେକ ସାମାଜିକ କୁସଂସ୍କାର ଦୂର ହୋଇଛି। ହେଲେ ଏବେବି ବସୁଛି କଙ୍ଗାରୁକୋର୍ଟ। ଲୋକଙ୍କୁ ସାମାଜିକ ବାସନ୍ଦର ଶିକାର ହେବାକୁ ପଡ଼ୁଛି। ଜାତିପ୍ରଥାର ବିଲୋପ ନିମନ୍ତେ ସରକାରଙ୍କ ସହାୟତା ଯୋଜନା ଠିକ ଭାବ କାମ କରୁନି। ଗଂଜାମରେ ବଢ଼ୁଛି ବାସନ୍ଦ ପ୍ରଥା ଏଭଳି ଚାଞ୍ଚଲ୍ୟ ସୃଷ୍ଟି କରିଛି। ନୌସେନା ଓ ବାୟୁସେନାର ଯବାନ ଗ୍ରାମ ମୁଖିଆଙ୍କ ଦ୍ୱାରା ବାସନ୍ଦ ହେବା ଖବର ଏଠାରେ ସରକାରୀକଳର ଶାସନ ବ୍ୟବସ୍ଥା ଓ […]

ଅଦ୍ୟତନ ହୋଇଛି
ଅକାମୀ ହୋଇଯାଇଛି ସରକାରୀ ଶାସନ, ବିବାହ ପରେ ନୌସେନା ଓ ବାୟୁସେନାର ଯବାନ ବାସନ୍ଦ

Brigand

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବିଂଶ ଶତାବ୍ଦିରେ ପାଦ ଦେଇଛି ମଣିଷ। ଅନେକ ସାମାଜିକ କୁସଂସ୍କାର ଦୂର ହୋଇଛି। ହେଲେ ଏବେବି ବସୁଛି କଙ୍ଗାରୁକୋର୍ଟ। ଲୋକଙ୍କୁ ସାମାଜିକ ବାସନ୍ଦର ଶିକାର ହେବାକୁ ପଡ଼ୁଛି। ଜାତିପ୍ରଥାର ବିଲୋପ ନିମନ୍ତେ ସରକାରଙ୍କ ସହାୟତା ଯୋଜନା ଠିକ ଭାବ କାମ କରୁନି। ଗଂଜାମରେ ବଢ଼ୁଛି ବାସନ୍ଦ ପ୍ରଥା ଏଭଳି ଚାଞ୍ଚଲ୍ୟ ସୃଷ୍ଟି କରିଛି। ନୌସେନା ଓ ବାୟୁସେନାର ଯବାନ ଗ୍ରାମ ମୁଖିଆଙ୍କ ଦ୍ୱାରା ବାସନ୍ଦ ହେବା ଖବର ଏଠାରେ ସରକାରୀକଳର ଶାସନ ବ୍ୟବସ୍ଥା ଓ ଆଇନ ପାଳନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ଜାତିରେ ବିବାହ କଲେ ଗ୍ରାମରୁ ତଡ଼ିପାର ହେବାକୁ ପଡ଼ୁଛି ନଚେତ ନିଜ ଜାତିରୁ ବାସନ୍ଦ କରାଯାଉଛି।

Advertisment

ଭାରତୀୟ ବାୟୁସେନାର କାର୍ଯ୍ୟରତ ନନ କମିଶନଡ ଅଫିସର ଅରବିନ୍ଦ ପ୍ରଧାନ। ତାଙ୍କ ଘର ଗଂଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମରେ। ସେ ବିବାହ କରିଥିବା ଯୁବତୀ ମୋନାଲିସା ଘୋଷ ଏମକେସିଜି ଡାକ୍ତରଖାନାରେ ନର୍ସ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ପୂରା ପରିବାରକୁ ଗ୍ରାମରେ ବାସନ୍ଦ କରାଯାଇଛି। ଗ୍ରାମରେ ବେଆଇନ ଭାବେ କଙ୍କାରୁକୋର୍ଟ ବସି ବିଚାର କରି କହିଛି, ତାଙ୍କ ଭୁଲ ହେଉଛି ସେ କଲେଜରେ ପାଠ ପଢ଼ୁଥିବା ସମୟରେ ଭଲ ପାଉଥିବା ଅନ୍ୟ ଜାତିର ଜଣେ ଝିଅକୁ ବିବାହ କରିଛନ୍ତି।

ଠିକ୍ ସେହିଭଳି ତାଙ୍କ ଭାଇ ଯିଏ ନୌସେନାରେ ପେଟି ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି ତାଙ୍କର ମଧ୍ୟ ଅନ୍ୟ ଜାତିର ଯୁବତୀଙ୍କ ସହ ବିବାହ ହୋଇଛି। ଏଥିଯୋଗୁଁ ଗ୍ରାମରେ କଙ୍ଗାରୁକୋର୍ଟ ବସି ତାଙ୍କୁ ମଧ୍ୟ ଜାତିରୁ ବାସନ୍ଦ କରାଯାଇଛି। ଏପରିକି ତାଙ୍କୁ କୌଣସି ସାମାଜିକ କାର୍ଯ୍ୟରେ ଯୋଗ ନ ଦେବାକୁ ତାଗିଦ୍ କରାଯାଇଛି। ଯଦି କେହି ଜାତିଭାଇ ତାଙ୍କ ଘରକୁ ଯାଏ କିମ୍ବା ତାଙ୍କ ସହ ସମ୍ପର୍କ ରଖେ ତାକୁ ମୋଟା ଜରିମାନା ଦେବାକୁ ପଡ଼ିବ ବୋଲି ବେଆଇନ ନିଷ୍ପତ୍ତି ନିଆଯାଇଛି। ଫଳରେ ସାହିର କୌଣସି ଲୋକ ସେମାନଙ୍କ ଘରକୁ ନା ଆସୁଛନ୍ତି ନା କଥାବାର୍ତ୍ତା କିମ୍ବା ସମ୍ପର୍କ ରଖୁଛନ୍ତି। ଏନେଇ ସେମାନେ ପୋଲସରା ଥାନାରେ ଏତଲା ବି ଦେଇଛନ୍ତି। ଜିଲ୍ଲାପାଳଙ୍କ ମଧ୍ୟ ଜଣାଇଛନ୍ତି। ହେଲେ ପୁଲିସ ଏତଲା ଧରି ଚୁପ ବସିଛି। ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉନି। ଫଳ ସ୍ୱରୂପ, ଅରବିନ୍ଦଙ୍କ ମାମୁଁଙ୍କୁ ମଧ୍ୟ ଜରିମାନା ଦେବା ଓ ସମ୍ପର୍କ ନ ରଖିବାକୁ ତାଗିଦ ଶୁଣିବାରୁ ବାଦ ପଡ଼ିନି। ଗ୍ରାମର ମୁଖିଆଙ୍କ ଏଭଳି ବାସନ୍ଦ ଲାଗୁ କରାଯିବା ପୀଡ଼ିତ ପରିବାର ଉପରେ ମାନସୀକ ନିର୍ଯାତନା ଭଳି ମନେ ହେଉଛି।

Advertisment

ତେବେ କଳମ୍ବ ଗ୍ରାମ ମୁଖିଆ ତଥା ରାଜଶ୍ରୀକଳମ ସମାଜର ସଭାପତି କହିବା କଥା ଆମେ ବାସନ୍ଦ କରିନାହୁଁ। କେବଳ ନିଲମ୍ବିତ କରିଛୁ। ଆମ ବିନା ଅନୁମତିରେ ସେ ବିବାହ କରିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।

ସୂଚନା ଥାଉକି, ଗତ ମଇ ୧୪ ତାରିଖରେ ରମ୍ଭା ଥାନା ବୋରିଗାଁର ଯୁବକ ବାଦଲ ସାହୁ ଛତ୍ରପୁର ଏସପିଙ୍କ କାର୍ଯ୍ୟାଳୟ ଆଗରେ ଦେହରେ କିରାସିନି ଢ଼ାଳି ହୋଇ ଆତ୍ମହତ୍ୟା କରିଥିଲେ। କାରଣ ଥିଲା ସମାନ। ଗ୍ରାମବାସୀ ତାଙ୍କ ପରିବାରକୁ ବାସନ୍ଦ କରିଦେଇଛନ୍ତି। ଅଭିଯୋଗ ସତ୍ତ୍ୱେ ପୁଲିସ ନ୍ୟାୟ ଦେଉନି।

ସେହିଭଳି ଖଲିକୋଟ ଅଞ୍ଚଳର ବହୁ ପରିବାରଙ୍କୁ ଗୁଣିଗାରେଡି ସନ୍ଦେହରେ ବାସନ୍ଦ କରାଯାଇଥିବା ବେଳେ ନିକଟରେ ରମ୍ଭା ଥାନା ସୁବଳିଆ ପଞ୍ଚାୟତର ସମିତି ସଭ୍ୟା ମାମି ଦାସଙ୍କୁ ବାସନ୍ଦ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା।

ଏନେଇ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି, ଗଞ୍ଜାମର କିଛି ଅଞ୍ଚଳରେ ଏଭଳି ବେଆଇନ ବାସନ୍ଦ ପ୍ରଥା ଚାଲିଛି। ଯିଏ ବି ଅଭିଯୋଗ କରିବ ଏତଲା ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ବାବଦରେ ସମସ୍ତ ଏସ୍‌ପି ଓ ଏସ୍‌ଡିପିଓମାନଙ୍କୁ ସତର୍କ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe