/odisha-reporter/media/post_attachments/uploads/2020/06/ele-1.jpg)
ele
କେନ୍ଦୁଝର (ପ୍ରଣୟ ପାଣି): ଚମ୍ପୁଆ ରେଞ୍ଜ ଗୁରୁବେଡ଼ା ଜଙ୍ଗଲରେ ଦୁଇ ହାତୀଙ୍କ ମୃତ୍ୟୁ ଘଟଣାରେ ଯୋଡ଼ା ସେକ୍ସନର ଫରେଷ୍ଟର ଓ ଜୁରୁଡ଼ି ବିଟର ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି। କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ ଏହି ସୂଚନା ଦେଇଛନ୍ତି। ଫରେଷ୍ଟରଙ୍କ ନାଁ ପିଅନ ନାଏକ ହୋଇଥିବା ବେଳେ ଫରେଷ୍ଟ ଗାର୍ଡ ହେଉଛନ୍ତି ଦୋଳ ଗୋବିନ୍ଦ ଦେଓ ।
Advertisment
ଗତ ଶନିବାର ରାତିରେ ଯୋଡ଼ା ସେକ୍ସନର ବୈତରଣୀ ସଂରକ୍ଷିତ ଜଙ୍ଗଲର ଗୁରୁବେଡ଼ାରୁ ଦୁଇଟି ହାତୀକୁ ବିଦ୍ୟୁତ୍ ତାର ବିଛାଇ ହତ୍ୟା କରାଯାଇଥିଲା। ଏହାସହ ହାତୀ ଦୁଇଟିର ଦାନ୍ତକୁ ଦୁର୍ବୃତ୍ତମାନେ ନେଇଯାଇଥିଲେ ।
କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ କହିଛନ୍ତି,“ ଗତ ୧୪ ତାରିଖରେ ଯୋଡ଼ା ଅଞ୍ଚଳରେ ଦୁଇଟି ହାତୀର ମୃତ୍ୟୁ ଘଟିଥିଲା। ଫରେଷ୍ଟର ଓ ଫରେଷ୍ଟ ଗାର୍ଡ଼ ଡ୍ୟୁଟିରେ ଅବହେଳା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ସେଥିପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି।”
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
