Advertisment

ଦୁଇ ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

କେନ୍ଦୁଝର (ପ୍ରଣୟ ପାଣି): ଚମ୍ପୁଆ ରେଞ୍ଜ ଗୁରୁବେଡ଼ା ଜଙ୍ଗଲରେ ଦୁଇ ହାତୀଙ୍କ ମୃତ୍ୟୁ ଘଟଣାରେ ଯୋଡ଼ା ସେକ୍ସନର ଫରେଷ୍ଟର ଓ ଜୁରୁଡ଼ି ବିଟର  ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ  କରାଯାଇଛି। କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ ଏହି ସୂଚନା ଦେଇଛନ୍ତି। ଫରେଷ୍ଟରଙ୍କ ନାଁ ପିଅନ ନାଏକ ହୋଇଥିବା ବେଳେ  ଫରେଷ୍ଟ ଗାର୍ଡ ହେଉଛନ୍ତି ଦୋଳ ଗୋବିନ୍ଦ ଦେଓ । ଗତ ଶନିବାର ରାତିରେ ଯୋଡ଼ା ସେକ୍ସନର ବୈତରଣୀ ସଂରକ୍ଷିତ ଜଙ୍ଗଲର ଗୁରୁବେଡ଼ାରୁ ଦୁଇଟି ହାତୀକୁ ବିଦ୍ୟୁତ୍‌ ତାର ବିଛାଇ […]

ଦୁଇ ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

ele

Advertisment

କେନ୍ଦୁଝର (ପ୍ରଣୟ ପାଣି): ଚମ୍ପୁଆ ରେଞ୍ଜ ଗୁରୁବେଡ଼ା ଜଙ୍ଗଲରେ ଦୁଇ ହାତୀଙ୍କ ମୃତ୍ୟୁ ଘଟଣାରେ ଯୋଡ଼ା ସେକ୍ସନର ଫରେଷ୍ଟର ଓ ଜୁରୁଡ଼ି ବିଟର  ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ  କରାଯାଇଛି। କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ ଏହି ସୂଚନା ଦେଇଛନ୍ତି। ଫରେଷ୍ଟରଙ୍କ ନାଁ ପିଅନ ନାଏକ ହୋଇଥିବା ବେଳେ  ଫରେଷ୍ଟ ଗାର୍ଡ ହେଉଛନ୍ତି ଦୋଳ ଗୋବିନ୍ଦ ଦେଓ ।

Advertisment

ଗତ ଶନିବାର ରାତିରେ ଯୋଡ଼ା ସେକ୍ସନର ବୈତରଣୀ ସଂରକ୍ଷିତ ଜଙ୍ଗଲର ଗୁରୁବେଡ଼ାରୁ ଦୁଇଟି ହାତୀକୁ ବିଦ୍ୟୁତ୍‌ ତାର ବିଛାଇ ହତ୍ୟା କରାଯାଇଥିଲା। ଏହାସହ ହାତୀ ଦୁଇଟିର ଦାନ୍ତକୁ ଦୁର୍ବୃତ୍ତମାନେ ନେଇଯାଇଥିଲେ ।

କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ କହିଛନ୍ତି,“ ଗତ ୧୪ ତାରିଖରେ ଯୋଡ଼ା ଅଞ୍ଚଳରେ ଦୁଇଟି ହାତୀର ମୃତ୍ୟୁ ଘଟିଥିଲା। ଫରେଷ୍ଟର ଓ ଫରେଷ୍ଟ ଗାର୍ଡ଼ ଡ୍ୟୁଟିରେ ଅବହେଳା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ସେଥିପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe