Advertisment

ଝୁଲନ୍ତା ମୃତଦେହ ଉଦ୍ଧାର

ଭବାନୀପାଟଣା(ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୌରକେଲା ଓ ସିରାବହାଲ ନିକଟସ୍ଥ ଏକ ବରଗଛରୁ ଦୁଇଟି ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ସ୍ଥାନୀୟ ଲୋକେ ବରଗଛରେ ଝୁଲନ୍ତା ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରିଥିଲା। ତେବେ ମୃତକଦ୍ୱୟ ପ୍ରେମୀ ଯୁଗଳ ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଅନ୍ୟପକ୍ଷରେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଝୁଲନ୍ତା ମୃତଦେହ ଉଦ୍ଧାର

dead-body-2.

ଭବାନୀପାଟଣା(ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୌରକେଲା ଓ ସିରାବହାଲ ନିକଟସ୍ଥ ଏକ ବରଗଛରୁ ଦୁଇଟି ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

Advertisment

ଆଜି ସକାଳେ ସ୍ଥାନୀୟ ଲୋକେ ବରଗଛରେ ଝୁଲନ୍ତା ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରିଥିଲା। ତେବେ ମୃତକଦ୍ୱୟ ପ୍ରେମୀ ଯୁଗଳ ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଅନ୍ୟପକ୍ଷରେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରି ଝୁଲାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ଶବ ବ୍ୟବଚ୍ଛେଦ ପରେ ଜଣା ପଡିବ ବୋଲି କୁହାଯାଇଛି। ଏନେଇ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।