ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ମାଲଗୋଦାମ ଅଞ୍ଚଳରେ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୁଳିମାଡ଼ ହୋଇଥିଲା।
ଏଥିରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି। ସେମାନେ ହେଲେ ରୋହିତ ପଟନାୟକ ଓ ରାଜୁ ଚୌଧୁରୀ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦେଖି ସେଠାରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ରାଉରକେଲା ଏସପି କେ. ଶିବା ସୁବ୍ରମଣି ମଧ୍ୟ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ।
ଏହି ଘଟଣାରେ ଶୁକ୍ରବାର ସକାଳେ ଉଦିତନଗର ଥାନା ପୁଲିସ ୭ ଜଣଙ୍କୁ ଆଣି ଅଟକ ରଖି ପଚରାଉଚରା କରୁଛି। ଉଦିତନଗର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ମିଛ ସତ୍ୟପାଠ ଦେଇନାହାନ୍ତି ତ ବିଜେଡି ବିଧାୟକ ତୁଷାରକାନ୍ତି: ଆଇଆଇଟିରୁ ଏମଟେକ୍ ଡିଗ୍ରୀ ଥାଇବି ଠକି ନେଲେ ସାଇବର ଠକ
୨୦୨୪ ନିର୍ବାଚନୀ ସତ୍ୟପାଠରେ ନିଜ ସ୍ଥାବର-ଅସ୍ଥାବର ସମ୍ପତ୍ତି ଓ ପତ୍ନୀଙ୍କ ସମ୍ପତ୍ତି ମିଶି ମୋଟ୍ ୯୭ଲକ୍ଷ ଟଙ୍କା ଦର୍ଶାଇଥିବା ତୁଷାରକାନ୍ତି କେଉଁଠୁ ଏତେ ପରିମାଣର ଅର୍ଥ ଆଣିଲେ ତାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି ।

Guest Column
ଗଣତାନ୍ତ୍ରିକ ପରମ୍ପରା କ୍ଷୁଣ୍ଣ ନହେଉ
ବିଧାନସଭାରେ ପ୍ରତିଦିନର କାର୍ଯ୍ୟକ୍ରମ (ରୁଲ୍ସ ଆଣ୍ଡ ବିଜିନେସ୍) ସ୍ପିକର୍ଙ୍କ ଆହ୍ୱାନକ୍ରମେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥାଏ। ସେଥିରେ ପ୍ରଶ୍ନ-ଉତ୍ତର କାଳ ନିର୍ଣ୍ଣିତ ହୋଇଥାଏ । ଏହାପରେ ବିଭିନ୍ନ ପ୍ରସଂଗକୁ ନେଇ ପ୍ରଶ୍ନ ଉତ୍ଥାପନ କରିବା ପାଇଁ ଜିରୋ ଆୱାର ବ୍ୟବସ୍ଥା ମଧ୍ୟ ଥାଏ। ଏହାପରେ ବିରୋଧୀ ଦଳ ରାଜ୍ୟରେ ଘଟୁଥିବା ଅନେକ ବିଶୃଙ୍ଖଳାକୁ ସାମ୍ନାକୁ ଆଣିବା ପାଇଁ ମୁଲତବୀ ପ୍ରସ୍ତାବ ମାନ ଦେଇଥାନ୍ତି । ଏହି ସମୟରେ ମଧ୍ୟ ସରକାରୀ ଦଳ ମୁଲତବୀ ପ୍ରସ୍ତାବ ଦେବାର ବ୍ୟବସ୍ଥା ରହିଛି।

Politics
ସୁଜାତାଙ୍କ ଭିଆରଏସ୍ : ପଣା ସଂକ୍ରାନ୍ତି ପରେ ଓଡ଼ିଶା ଛାଡ଼ିବେ ପାଣ୍ଡିଆନଙ୍କ ପରିବାର
୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଓଡ଼ିଶା ସରକାର ପ୍ରାୟ ୧୪ଦିନ ପକାଇ ରଖିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସୁଜାତାଙ୍କ ଆବେଦନ ଉପରେ ସରକାର ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

Education
ଷ୍ଟାଫ୍ ସିଲେକ୍ସନ୍ କମିଶନରୁ ହଟିନି ଦୁର୍ନୀତି ଓ ଅନିୟମିତତାର ଦାଗ !
ପିଲାଙ୍କୁ ଗ୍ରେସ ମାର୍କ ଦେବା ବାହାନାରେ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି।
Guest Column
ଜନଶୃତି କ’ଣ ଇତିହାସ ?
ବହୁ ସମୟରେ ଜନଶୃତିମାନଙ୍କୁ ଇତିହାସ ବୋଲି ଆମ ସମାଜରେ ଧରିନିଆଯାଇଛି। ଏହା ଦ୍ଵାରା ଜିଜ୍ଞାସା ବଦଳରେ ଔଲକିକତାକୁ ପୀଢି ପୀଢି ଧରି ପ୍ରକୃତ ଜ୍ଞାନ ବୋଲି ଆମର ସମାଜ ଜାଣୁଛି। ଫଳରେ, ପୁରାଣକୁ ଇତିହାସ ମନେକରି ଅନେକ ମଣିଷ ଯୁକ୍ତି କରିବା ମଧ୍ୟ ମୁଁ ଶୁଣିଛି।