ବଚସାରୁ ହେଲା ଗୁଳିମାଡ଼, ୨ ଆହତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ମାଲଗୋଦାମ ଅଞ୍ଚଳରେ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୁଳିମାଡ଼ ହୋଇଥିଲା। ଏଥିରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି। ସେମାନେ ହେଲେ ରୋହିତ ପଟନାୟକ ଓ ରାଜୁ ଚୌଧୁରୀ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦେଖି ସେଠାରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ରାଉରକେଲା ଏସପି […]

rkl-1

Tapaswini Nayak
  • Published: Friday, 25 September 2020
  • , Updated: 25 September 2020, 09:40 AM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ମାଲଗୋଦାମ ଅଞ୍ଚଳରେ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୁଳିମାଡ଼ ହୋଇଥିଲା।

ଏଥିରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି। ସେମାନେ ହେଲେ ରୋହିତ ପଟନାୟକ ଓ ରାଜୁ ଚୌଧୁରୀ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦେଖି ସେଠାରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ରାଉରକେଲା ଏସପି କେ. ଶିବା ସୁବ୍ରମଣି ମଧ୍ୟ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ଏହି ଘଟଣାରେ ଶୁକ୍ରବାର ସକାଳେ ଉଦିତନଗର ଥାନା ପୁଲିସ ୭ ଜଣଙ୍କୁ ଆଣି ଅଟକ ରଖି ପଚରାଉଚରା କରୁଛି।  ଉଦିତନଗର ଥାନା ପୁଲିସ୍‌ ଘଟଣାର  ତଦନ୍ତ  କରୁଛି।

Related story