rkl-1
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ମାଲଗୋଦାମ ଅଞ୍ଚଳରେ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୁଳିମାଡ଼ ହୋଇଥିଲା।
ଏଥିରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି। ସେମାନେ ହେଲେ ରୋହିତ ପଟନାୟକ ଓ ରାଜୁ ଚୌଧୁରୀ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦେଖି ସେଠାରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ରାଉରକେଲା ଏସପି କେ. ଶିବା ସୁବ୍ରମଣି ମଧ୍ୟ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ।
ଏହି ଘଟଣାରେ ଶୁକ୍ରବାର ସକାଳେ ଉଦିତନଗର ଥାନା ପୁଲିସ ୭ ଜଣଙ୍କୁ ଆଣି ଅଟକ ରଖି ପଚରାଉଚରା କରୁଛି। ଉଦିତନଗର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/rkl-1-1.jpg)