Advertisment

୨ କୋଟି ଟଙ୍କାର ବ୍ରାଉନ୍‌ସୁଗର ଜବତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ୨କେଜି ବ୍ରାଉନ୍‌ସୁଗର ଜବତ କରିଛି। ଏହା ସହିତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ ସବଜାନ୍‌, ବୀରେନ୍ଦ୍ରନାଥ ସାହୁ ଓରଫ ପିଣ୍ଟୁ ଓ କମଳ ଲୋଚନ ଦାସ। ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ପୁଲିସ୍ ଏହି ଘଟଣାରେ ତଦନ୍ତ ଜାରି ରଖିଛି। ୨୦୨୦ରୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
୨ କୋଟି ଟଙ୍କାର ବ୍ରାଉନ୍‌ସୁଗର ଜବତ

Accused

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱରଜିଲ୍ଲା ଜଳେଶ୍ୱରରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ୨କେଜି ବ୍ରାଉନ୍‌ସୁଗର ଜବତ କରିଛି। ଏହା ସହିତ ୩ ଜଣଙ୍କୁ ଗିରଫ କରିଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ ସବଜାନ୍‌, ବୀରେନ୍ଦ୍ରନାଥ ସାହୁ ଓରଫ ପିଣ୍ଟୁ ଓ କମଳ ଲୋଚନ ଦାସ।

ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ପୁଲିସ୍ ଏହି ଘଟଣାରେ ତଦନ୍ତ ଜାରି ରଖିଛି।

Advertisment

୨୦୨୦ରୁ ନିଶା କାରବାର ବିରୋଧରେ ଏସ୍‌ଟିଏଫ୍‌ ସ୍ୱତନ୍ତ୍ର ଅଭିଯାନ ଚଲାଇଛି। ଆଉ ଇତି ମଧ୍ୟରେ ୩୨ କେଜିରୁ ଅଧିକ ବ୍ରାଉନସୁଗର/ହେରୋଇନ୍‌ ଜବତ କରିଛି। ସେହିପରି ୬୬ କ୍ୱିଣ୍ଟାଲ (୬୬୦୦ କେଜି) ଗଞ୍ଜେଇ ମଧ୍ୟ ଜବତ କରାଯାଇଛି। ଆଉ ଏସବୁ ମାମଲାରେ ୧୦୦ରୁ ଅଧିକ ନିଶା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।

Smuggling