ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଗୌଡ଼ଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ସମୟରେ ଡିବିରି ନିଆଁରେ ପୋଡ଼ି ହୋଇ ଭାଇ-ଭଉଣୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁରୁତର ଥିବା ଭଉଣୀର ବୟସ ୨ ବର୍ଷ ହୋଇଥିବା ବେଳେ ଭାଇର ବୟସ ୮ ବର୍ଷ ବୋଲି ଜଣାପଡ଼ିଛି।
ଆଜି ସକାଳେ ଭାଇ-ଭଉଣୀକୁ ତାଙ୍କ ବାପାମା’ ଏକ ଘରେ କମ୍ୱଳ ଘୋଡ଼ାଇ ଶୁଆଇ ଦେଇ ଇଟାଭାଟିକୁ କାମ କରିବାକୁ ଚାଲି ଯାଇଥିଲେ। ଏହି ସମୟରେ ଡିବିରିର ନିଆଁ କମ୍ୱଳକୁ ଲାଗି ଯାଇଥିଲା। ଘରେ କେହି ନଥିବାରୁ ନିଆଁ ଲାଗିବା ଦେଖି ପାରି ନଥିଲେ। ଶିଶୁଦ୍ୱୟ ନିଆଁରେ ପୋଡ଼ି ହୋଇ ଜଳନ୍ତା ଅବସ୍ଥାରେ ବାହାରକୁ ଆସିବାରୁ ପଡ଼ୋଶୀ ଲୋକେ ଦେଖି ସେମାନଙ୍କୁ ସଙ୍ଗେ ସଙ୍ଗେ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁ ଦ୍ୱୟଙ୍କ ଶରୀର ବହୁ ମାତ୍ରାରେ ଜଳି ଯାଇଥିବା ଡାକ୍ତର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଆକ୍ସନ ମୁଡରେ ଇଡି; ଦ୍ୱିତୀୟ ଦିନରେ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍
ଗତକାଲି ସମ୍ବଲପୁରରେ ଥିବା ବିଶ୍ୱ ଏନଜିଓର ମୁଖ୍ୟ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଦିଲ୍ଲୀରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
ତାତିଲେ ଗ୍ରାମବାସୀ, ଦୁର୍ଦ୍ଦାନ୍ତ ନକ୍ସଲ ହିଡମା ଘରକୁ ମାଟିରେ ମିଶାଇଦେଲେ
ହିଡମା ନିଜ ଗାଁ ଲୋକଙ୍କୁ ସବୁବେଳେ ଡରାଇ ଧମକାଇ ରଖିଥିବା ବେଳେ ବହୁ ଲୋକ ଗାଁ ଛାଡ଼ି ଚାଲି ଯାଇଥିଲେ। ମାତ୍ର ଏବେ ସେନା ସହଯୋଗରେ ହିଡମା ଘରକୁ ମାଟିରେ ମିଶାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ।
Accident
ଦୋକାନରେ ଲାଗିଲା ନିଆଁ, ଜଣେ ଗୁରୁତର
ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି। ଦୋକାନରେ ହଠାତ୍ ନିଆଁ ଲାଗି ଯାଇଥିବା ବେଳେ ଭିତରେ ଥିବା ପ୍ଳାଷ୍ଟିକ ସାମଗ୍ରୀ ଜଳି ଯାଇଥିଲା।
Miscellaneous
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ସଶସ୍ତ୍ର ପୁଲିସ; ଚିଠି ଲେଖିଲେ ଗୃହ ସଚିବ
କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଗୋଟେ କମ୍ପାନୀ ଆର୍ମଡ୍ ପୋଲିସ୍ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି।
Crime
ହଷ୍ଟେଲ ବାଥରୁମ୍ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ଛାତ୍ରୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ।