/odisha-reporter/media/post_attachments/uploads/2021/04/child-1.jpg)
child
ବାଲିଗୁଡ଼ା(ଅଜିତ ଦାସ): ଖେଳୁଖେଳୁ ପୋଖରୀରେ ବୁଡ଼ିଗଲେ ୨ ଶିଶୁ। ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନ ଥିବା ବେଳେ ଶେଷରେ ଭାସୁଥିବା ଅବସ୍ଥାରେ ୨ ମୃତଦେହ ଉଦ୍ଧାର ହୋଇଛି। ଏପରି ଦୁଃଖଦ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସୁଡ୍ରା ପଞ୍ଚାୟତର ଜାର୍ଗୀ ଗାଁରେ ଘଟିଛି। ମୃତ ୨ ଶିଶୁ ହେଲେ ଗାଁର ପୁଟୁ ହାତୀଙ୍କ ୭ ବର୍ଷର ପୁଅ ଆଉ ଶ୍ରୀକାନ୍ତ ମଳିକଙ୍କ ୪ବର୍ଷର ଝିଅ ।
Advertisment
ଗତକାଲି ସନ୍ଧ୍ୟା ସମୟରେ ଉଭୟ ଶିଶୁ ଘର ନିକଟ ପୋଖରୀରେ ଖେଳୁଥିଲେ। ହେଲେ ଅସାବଧାନତାବଶତଃ ସେମାନେ ପାଣିରେ ବୁଡି ଯାଇଥିଲେ । ଘର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ପାଇ ନ ଥିଲେ। ବହୁ ସମୟ ପରେ ଉଭୟ ପରିବାର ସେମାନଙ୍କ ମୃତ୍ୟୁ ଦେହ ନିକଟସ୍ଥ ପୋଖରୀରେ ଭାସୁଥିବା ଦେଖି ଉଦ୍ଧାର କରିଥିଲେ । ଏହାପରେ ତୁରନ୍ତ ସେମାନଙ୍କୁ ବାଲିଗୁଡା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
