Advertisment

ଖେଳୁ ଖେଲୁ ପୋଖରୀରେ ବୁଡ଼ିଗଲେ ୨ ଶିଶୁ

ବାଲିଗୁଡ଼ା(ଅଜିତ ଦାସ): ଖେଳୁଖେଳୁ ପୋଖରୀରେ ବୁଡ଼ିଗଲେ ୨ ଶିଶୁ। ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନ ଥିବା ବେଳେ ଶେଷରେ ଭାସୁଥିବା ଅବସ୍ଥାରେ ୨ ମୃତଦେହ ଉଦ୍ଧାର ହୋଇଛି। ଏପରି ଦୁଃଖଦ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସୁଡ୍ରା ପଞ୍ଚାୟତର ଜାର୍ଗୀ ଗାଁରେ ଘଟିଛି। ମୃତ ୨ ଶିଶୁ ହେଲେ ଗାଁର ପୁଟୁ ହାତୀଙ୍କ ୭ ବର୍ଷର ପୁଅ ଆଉ ଶ୍ରୀକାନ୍ତ ମଳିକଙ୍କ ୪ବର୍ଷର ଝିଅ । ଗତକାଲି ସନ୍ଧ୍ୟା ସମୟରେ ଉଭୟ […]

ଖେଳୁ ଖେଳୁ କୂଅରେ ପଡ଼ିଗଲା ୨ ବର୍ଷର ଶିଶୁ

child

Advertisment

ବାଲିଗୁଡ଼ା(ଅଜିତ ଦାସ): ଖେଳୁଖେଳୁ ପୋଖରୀରେ ବୁଡ଼ିଗଲେ ୨ ଶିଶୁ। ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନ ଥିବା ବେଳେ ଶେଷରେ ଭାସୁଥିବା ଅବସ୍ଥାରେ ୨ ମୃତଦେହ ଉଦ୍ଧାର ହୋଇଛି। ଏପରି ଦୁଃଖଦ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସୁଡ୍ରା ପଞ୍ଚାୟତର ଜାର୍ଗୀ ଗାଁରେ ଘଟିଛି। ମୃତ ୨ ଶିଶୁ ହେଲେ ଗାଁର ପୁଟୁ ହାତୀଙ୍କ ୭ ବର୍ଷର ପୁଅ ଆଉ ଶ୍ରୀକାନ୍ତ ମଳିକଙ୍କ ୪ବର୍ଷର ଝିଅ ।

Advertisment

ଗତକାଲି ସନ୍ଧ୍ୟା ସମୟରେ ଉଭୟ ଶିଶୁ ଘର ନିକଟ ପୋଖରୀରେ ଖେଳୁଥିଲେ। ହେଲେ ଅସାବଧାନତାବଶତଃ ସେମାନେ ପାଣିରେ ବୁଡି ଯାଇଥିଲେ । ଘର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ପାଇ ନ ଥିଲେ।  ବହୁ ସମୟ ପରେ ଉଭୟ ପରିବାର ସେମାନଙ୍କ ମୃତ୍ୟୁ ଦେହ ନିକଟସ୍ଥ ପୋଖରୀରେ ଭାସୁଥିବା ଦେଖି ଉଦ୍ଧାର କରିଥିଲେ ।  ଏହାପରେ ତୁରନ୍ତ ସେମାନଙ୍କୁ ବାଲିଗୁଡା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe