2-killed,-1-injured-in-lightning-strike-while-they-were-working-in-a-field-under-Anandapur-municipality
ଆନନ୍ଦପୁର(ମୁନା ସିଂହ): ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଦୁଇ ଜଣ ଟଳି ପଡ଼ିଲେ। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଆଜି ଏପରି ଅଘଟଣ କେନ୍ଦୁଝର ଜିଲ୍ଲାରେ ଘଟିଛି।
ବାଉଁସଗଡ଼ ଗାଁର ଭାଗବତ ନାୟକ, ଦୁଃଶାସନ ନାୟକ ଆଜି ଆନନ୍ଦପୁର ପୌରାଞ୍ଚଳ ଅନ୍ତର୍ଗତ ପଦ୍ମପୁର ଗାଁରେ ବିଲାତି କିଆରିରେ କାମ କରୁଥିଲେ। ଅଳ୍ପ ଦୂରରେ ପଦ୍ମପୁର ଗାଁର ସୁଦର୍ଶନ ନାୟକ ଓ ଲିପୁ ସାହୁ ବସିଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଭାଗବତ ଓ ଦୁଃଶାସନଙ୍କ ମୃତ୍ୟୁ ଘଟିଥିଲା। ତେବେ ସୁଦର୍ଶନ ଓ ଲିପୁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/2-killed-1-injured-in-lightning-strike-while-they-were-working-in-a-field-under-Anandapur-municipality.jpg)