Advertisment

ଦୁର୍ଘଟଣାରେ ଶାଶୂ, ଶ୍ୱଶୁରଙ୍କ ମୃତ୍ୟୁ; ଜ୍ୱାଇଁ ଗୁରୁତର

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ତେଣ୍ଡୋଇ ନିକଟରେ ଏକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଗଣେଶ ଦାସ ଓ ତାଙ୍କ ସ୍ତ୍ରୀ ଲତା ଦାସ। ସେମାନଙ୍କ ଜ୍ୱାଇଁ ବାପି ରାଉତ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଣେଶ ଦାସଙ୍କ ଘର ତେରିକି ଗାଁରେ। ଗତକାଲି ବାପି ତାଙ୍କ ଶାଶୂ ଓ ଶ୍ୱଶୁରଙ୍କୁ ବାଇକ୍‌ରେ ନାଉଗାଁ […]

ଅଦ୍ୟତନ ହୋଇଛି
ଦୁର୍ଘଟଣାରେ ଶାଶୂ, ଶ୍ୱଶୁରଙ୍କ ମୃତ୍ୟୁ; ଜ୍ୱାଇଁ ଗୁରୁତର

dead

Advertisment

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ତେଣ୍ଡୋଇ ନିକଟରେ ଏକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

Advertisment

ମୃତକମାନେ ହେଲେ ଗଣେଶ ଦାସ ଓ ତାଙ୍କ ସ୍ତ୍ରୀ ଲତା ଦାସ। ସେମାନଙ୍କ ଜ୍ୱାଇଁ ବାପି ରାଉତ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗଣେଶ ଦାସଙ୍କ ଘର ତେରିକି ଗାଁରେ। ଗତକାଲି ବାପି ତାଙ୍କ ଶାଶୂ ଓ ଶ୍ୱଶୁରଙ୍କୁ ବାଇକ୍‌ରେ ନାଉଗାଁ ଡାକ୍ତରଖାନାକୁ ନେଉଥିଲେ।  ତେଣ୍ଡୋଇ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ନାଉଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗଣେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାପି ଓ ତାଙ୍କ ଶାଶୂଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଲତାଙ୍କର ମୃତ୍ୟୁ ଘଟିଥିଲା।  ବାପି ଏବେ ସେଠାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

Advertisment

ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe