Advertisment

ଗଞ୍ଜାମ ଜିଲ୍ଲାକୁ ଆସିବେ ୨ ଲକ୍ଷ ଲୋକ !

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲାକୁ ଫେରିବାକୁ ୨ ଲକ୍ଷ ଲୋକ ରେଜିଷ୍ଟ୍ରେସନ କରିଛନ୍ତି। ତେବେ ଆଗନ୍ତୁକ ଶ୍ରମିକଙ୍କୁ ୧୪ ଦିନ କ୍ୱାରେଣ୍ଟିନରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଘରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରିଲେ ଛତା ଧରି ବାହାରିବାକୁ କୁହାଯାଇଛି। କାରଣ ଛତା ଧରିବା ଦ୍ୱାରା ସାମାଜିକ ଦୂରତା ବଜାୟ […]

author-image
Jyoshna Pradhan
ଗଞ୍ଜାମ ଜିଲ୍ଲାକୁ ଆସିବେ ୨ ଲକ୍ଷ ଲୋକ !

berhampur

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲାକୁ ଫେରିବାକୁ ୨ ଲକ୍ଷ ଲୋକ ରେଜିଷ୍ଟ୍ରେସନ କରିଛନ୍ତି। ତେବେ ଆଗନ୍ତୁକ ଶ୍ରମିକଙ୍କୁ ୧୪ ଦିନ କ୍ୱାରେଣ୍ଟିନରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।

Advertisment

ସେହିପରି ଗଞ୍ଜାମ ଜିଲ୍ଲାରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଘରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରିଲେ ଛତା ଧରି ବାହାରିବାକୁ କୁହାଯାଇଛି। କାରଣ ଛତା ଧରିବା ଦ୍ୱାରା ସାମାଜିକ ଦୂରତା ବଜାୟ ରଖାଯାଇପାରିବ। ଛତା ଖୋଲିଲେ ଜଣେ ଲୋକଠାରୁ ଅନ୍ୟ ଜଣେ ଦୂରତାରେ ରହିବେ। ତେଣୁ ଜିଲ୍ଲାରେ ଏପରି ଅଭିନବ ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ ଜିଲ୍ଲାବାସୀ ଆତଙ୍କିତ ନହେବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ,ଗତକାଲି ବିଳମ୍ୱିତ ରାତିରେ ୨୧୭ ଜଣ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି। ସେମାନେ ସମସ୍ତେ ଗୁଜରାଟର ସୁରତରୁ ୪ଟି ବସ୍‌ ରିଜର୍ଭ କରି ନିଜ ଖର୍ଚ୍ଚରେ ଏପ୍ରିଲ ୨୭ ତାରିଖରେ ବାହାରିଥିଲେ।  ଜିଲ୍ଲାରେ ପହଞ୍ଚିବା ପରେ ଶେରଗଡ଼ ଆଦର୍ଶ ବିଦ୍ୟାଳୟ ଓ ଧରାକୋଟ ଆଦର୍ଶ ବିଦ୍ୟାଳୟରେ ହୋଇଥିବା ସରକାରୀ କ୍ୱାରେଣ୍ଟିନ୍‌ ସେଣ୍ଟରରେ ସେମାନଙ୍କୁ ରଖାଯାଇଛି।

Advertisment