/odisha-reporter/media/post_attachments/uploads/2020/05/dkl-222222.jpg)
dkl
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ସରକାର କେବଳ ଅନ୍ଲାଇନ୍ରେ ମଦ ବିକ୍ରି କରିବାକୁ ଅନୁମତି ଦେଇଥିବା ବେଳେ ବେନିୟମ ଭାବେ ମଦ ବିକ୍ରି ଅଭିଯୋଗରେ ଢେଙ୍କାନାଳ ସହରର ଦୁଇଟି ମଦ ଦୋକାନକୁ ଆଜି ସିଲ୍ କରାଯାଇଛି। ବସ୍ଷ୍ଟାଣ୍ଡ ଓ ମହାବୀର ବଜାରରେ ଥିବା ଏହି ଦୁଇଟି ମଦ ଦୋକାନକୁ ଟାଉନ୍ ଥାନା ପୁଲିସ୍ ସିଲ୍ କରିଛି।
Advertisment
ଢେଙ୍କାନାଳ ସହରରେ କିଛି ଅସାଧୁ ମଦ ବ୍ୟବସାୟୀ ଦୋକାନ ଆଗ ପଟେ ସଟର ପକାଇ ପଛପଟେ ମଦ ବିକ୍ରି କରୁଥିବା ନେଇ ଖବର ପ୍ରସାରଣ ହୋଇଥିଲା। ଏନେଇ ଜିଲ୍ଲାପାଳ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସହରର ବସଷ୍ଟାଣ୍ଡ ଓ ମହାବୀର ବଜାରରେ ଥିବା ଏହି ୨ ମଦ ଦୋକାନ ସିଲ୍ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
